ଉତ୍କଳ ଦୃଷ୍ଟିହୀନ ସଂଘ ପକ୍ଷରୁ ବିଶ୍ୱ ଧଳାବାଡ଼ି ଦିବସ

ଭୁବନେଶ୍ୱର : ଉତ୍କଳ ଦୃଷ୍ଟିହୀନ ସଂଘ ପକ୍ଷରୁ ଅନୁଷ୍ଠାନ ପରିସରରେ ବିଶ୍ୱ ଧଳାବାଡ଼ି ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ। ରାଜ୍ୟ ଗବେଷଣା ତାଲିମ୍‌ ପରିଷଦର ଅବସରପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷାବିତ୍‌ ସୁରେଶଚନ୍ଦ୍ର ଦାସ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ବିଧାୟକ ବିଜୟ ମହାନ୍ତି, ମେୟର ଅନନ୍ତନାରାୟଣ ଜେନା, ଭିନ୍ନକ୍ଷମ ଆୟୋଗ କମିସନର ମିନତି ବେହେରା, ବିଧାନସଭାର ଅବସରପ୍ରାପ୍ତ ଯୁଗ୍ମ ସଚିବ ଦେବେନ୍ଦ୍ରନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ବିହାରୀ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଦୃଷ୍ଟିହୀନମାନଙ୍କ ପାଇଁ ରାସ୍ତା ଓ ଟ୍ରାଫିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ଅନୁଷ୍ଠାନ ପକ୍ଷରୁ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କାର୍ଯ୍ୟକାରୀ ସମ୍ପାଦକ ହିଂମାଶୁ ଭୂୟାଁ, କୋଷାଧ୍ୟକ୍ଷ ମୁରଲୀଧର ଦାସ ଉପସ୍ଥିତ ଥିଲେ। ଶେଷରେ ସଂଘ ପକ୍ଷରୁ ଏକ ଧଳାବାଡ଼ି ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ଠାରେ ପହଞ୍ଚି ପୁଣି ସଂଘ ପରିସରକୁ ଫେରିଥିଲା

ସମ୍ବନ୍ଧିତ ଖବର