ଦୃଷ୍ଟିହୀନଙ୍କୁ ସମସ୍ତେ ସାହାଯ୍ୟ କରିବା ଦରକାର

‘ଈଶ୍ୱର’ ପକ୍ଷରୁ ବିଶ୍ୱ ଧଳାବାଡ଼ି ଦିବସ

ଭୁବନେଶ୍ୱର : ଧଳାବାଡ଼ି ହେଉଛି ଦୃଷ୍ଟିହୀନମାନଙ୍କ ସ୍ୱାଧୀନତାର ପ୍ରତୀକ। ଧଳା ବାଡ଼ି ଧରି ଯାଉଥିବା ବ୍ୟକ୍ତିଙ୍କୁ କେହି ଥଟ୍ଟା, ପରିହାସ କରିବା ଉଚିତ ନୁହେଁ। ରାସ୍ତାରେ ଧଳାବାଡ଼ି ଧରି ଯାଉଥିବା ବ୍ୟକ୍ତିଙ୍କୁ ସାଧାରଣ ନାଗରିକ, ଗାଡ଼ି ଚାଳକ ତଥା ଆରକ୍ଷୀ ସମସ୍ତେ ସାହାଯ୍ୟ କରିବା ଦରକାର। ‘ଈଶ୍ୱର’ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ଧଳାବାଡ଼ି ଦିବସ ଅବସରରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି। ଇଶ୍ୱରର ମୁଖ୍ୟ ସନ୍ନ୍ୟାସ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ ଶିଶୁ ଅଧିକାର କମିସନ୍‌ର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ବିଶ୍ୱ ହିନ୍ଦୁ ପରିଷଦ ରାଜ୍ୟ ସଭାପତି ବଦ୍ରିନାରାୟଣ ପଟ୍ଟନାୟକ, ବିଚ୍ଛଦ ଟ୍ରଷ୍ଟ ଅଫ୍‌ ଓ୍ଵଲଫେୟାର ସମ୍ପାଦକ ପ୍ରକାଶ ମହାପାତ୍ର, ଉଇ ଫର୍‌ ୟୁ ସମ୍ପାଦକ ଅଭୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଜ୍ଞା ପରିମିତା ବେହେରା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ଧଳାବାଡ଼ି ଶୋଭାଯାତ୍ରାକୁ କ୍ରିକେଟ୍‌ ତାରକା ଜାଫର ଇକ୍‌ବାଲ୍‌, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଓଡ଼ିଶା ଶିକ୍ଷା ବିଭାଗ ଅଧିକାରୀ ବିଜୟଲକ୍ଷ୍ମୀ ପାଲ୍‌ ପ୍ରମୁଖ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର