ରାଜଧାନୀରେ ‘ଓ୍ଵାଓ! ମୋମୋ’

ଭୁବନେଶ୍ୱର : ଭଳିକି ଭଳି ମୋମୋ। ପନିର ମୋମୋ ସାଙ୍ଗକୁ ମସରୁମ୍‌ ମୋମୋ। ଚିକେନ୍‌, ଫିସ୍‌, ଚକୋଲେଟ୍‌ ମୋମୋ ବି ମିଳୁଛି ଗୋଟିଏ ସ୍ଥାନରେ। ଏମିତି ନାନା ଭେରାଇଟିର ‘ମୋମୋ’କୁ ନେଇ ପ୍ରଥମ ଥର ଲାଗି ଓଡ଼ିଶା ବଜାରରେ ପ୍ରବେଶ କରିଛି ‘ଓ୍ଵାଓ!ମୋମୋ’। କଲିକତା, ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, କୋଚି, ପୁଣେ, ଗୁରୁଗାଁଓ, ମୁମ୍ବାଇ, ନୋଏଡା ପରେ ଏବେ ଭୁବନେଶ୍ୱର ଖୋଲିଛି ଆଉଟ୍‌ଲେଟ୍‌। ଦେଶର ୯ଟି ସହରରେ ଏହାର ୧୩୫ଟି ଆଉଟ୍‌ଲେଟ୍‌ ଥିବା ବେଳେ ଭୁବନେଶ୍ୱରରେ ୧୩୬ତମ ଆଉଟ୍‌ଲେଟ୍‌ ଖୋଲିଛି ସହିଦନଗର ଭବାନୀ ମଲ୍‌ରେ। ଗତ ୧୭ ତାରିଖରୁ ଖୋଲିଥିବା ଏହି ଆଉଟ୍‌ଲେଟ୍‌ ଏବେ ଗ୍ରାହକଙ୍କ ମନ ଟାଣୁଛି।

‘ମୋମୋ’ ଖାଇବା ଲାଗି ଯୁବପିଢ଼ିଙ୍କ ଚାହିଦା କାହିଁରେ କ’ଣ। ଯେଉଁଥିପାଇଁ ଭୁବନେଶ୍ୱରର ବିଭିନ୍ନ ମଲ୍‌, ରେଷ୍ଟୁରାଣ୍ଟ, ତାରକା ହୋଟେଲରେ ଏବେ ‘ମୋମୋ’ର ପସରା ମେଲୁଛି। ରାଜ୍ୟ ତଥା ଦେଶ ବାହାରର ସଂସ୍ଥାଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ‘ମୋମୋ’ ପରସି ଦେବାକୁ ଆଗେଇ ଆସୁଛନ୍ତି। ମୂଲ୍ୟ ମଧ୍ୟ ଗ୍ରାହକଙ୍କୁ ସୁହାଇଲା ପରି ରହୁଛି। ଦିନକୁ ଦିନ ଭୁବନେଶ୍ୱରରେ ‘ମୋମୋ’ ପ୍ରତି ଗ୍ରାହକଙ୍କ ଚାହିଦା ବଢ଼ୁଥିବାରୁ ‘ଓ୍ଵାଓ! ମୋମୋ’ ଆସନ୍ତା ଦୁଇ ବର୍ଷରେ ରାଜ୍ୟର ୩ଟି ସହରରେ ୨୦ଟି ଆଉଟ୍‌ଲେଟ୍‌ ଖୋଲିବାକୁ ଲକ୍ଷ୍ୟ ରଖିଛି। ଖୁବ୍‌ଶୀଘ୍ର ଭୁବନେଶ୍ୱରର ଖାରବେଳନଗର ଫୋରମ୍‌ ମାର୍କ ନିକଟ ଏବଂ ସହିଦନଗର ପାଣ୍ଟାଲୁନ୍‌ର ତୃତୀୟ ମହଲାରେ ଥିବା ଫୁଡ୍‌ କୋର୍ଟରେ ଆଉ ଦୁଇଟି ଆଉଟ୍‌ଲେଟ୍‌ ଖୋଲିବ।

ଓଡ଼ିଶା ବଜାରର ଜେନେରାଲ ମ୍ୟାନେଜର ଅମିତ୍‌ ଦାସ କହିଛନ୍ତି ଯେ, ଯୁବପିଢ଼ିଙ୍କ ସମେତ ସବୁ ବୟସର ଗ୍ରାହକଙ୍କ ପସନ୍ଦ ପାଲଟିଛି ‘ମୋମୋ’। ଅନ୍ୟ ଆଉଟ୍‌ଲେଟ୍‌ ଅପେକ୍ଷା ଏଠାରେ କମ୍‌ ଦାମ୍‌ରେ ୧୨ରୁ ୧୪ ଫ୍ଲେଭର୍‌ର ମୋମୋ ଉପଲବ୍ଧ ହେଉଛି। ୯୦ ଟଙ୍କାରୁ ଆରମ୍ଭ ହୋଇ ୨୫୦ ଟଙ୍କା ପର୍ଯ୍ୟନ୍ତ ମୋମୋ ଉପଲବ୍ଧ ହେଉଛି। ଅଫର୍‌ ବି ରହିଛି। ସେଫ୍‌ମାନେ ତାଲିମ ନେଇଛନ୍ତି। ସ୍ୱଚ୍ଛତା ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱର ସମେତ କଟକ, ପୁରୀ ସହରରେ ଆଉଟ୍‌ଲେଟ୍‌ ଖୋଲିବାକୁ ଲକ୍ଷ୍ୟ ରଖିଛୁ। ଭୁବନେଶ୍ୱରର ଜନପଥ, ଆଇଟିଇଆର ରୋଡ୍‌, କିଟ୍‌ ରୋଡ୍‌ରେ ଖୋଲିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

ଉପଲବ୍ଧ ହେଉଥିବା ମୋମୋ
‘ଓ୍ଵାଓ! ମୋମୋ’ରେ ଉପଲବ୍ଧ ହେଉଛି ବିଭିନ୍ନ ଭେରାଇଟିର ମୋମୋ। ‘ଷ୍ଟ୍ରିମ୍‌ଡ ମୋମୋ’ (ଭେଜି ମୋମୋ, ପନିର ମୋମୋ, ମସରୁମ୍‌ ମୋମୋ, କର୍ଣ୍ଣ ସ୍ପି୍ରଂ ଓନିଅନ୍‌ ମୋମୋ, ଚିକେନ୍‌ ମୋମୋ, ଚିକେନ୍‌ କାପ୍ସିକମ୍‌ ମୋମୋ, ଫିସ୍‌ ମୋମୋ, ପାଓ୍ଵା ମୋମୋ), ପାନ୍‌ ଫ୍ରାଏଡ୍‌ ମୋମୋ (ଭେଜି ପାନ୍‌ ଫ୍ରାଏଡ୍‌ ମୋମୋ, ପନିର/ମସରୁମ୍‌/କର୍ଣ୍ଣ ପାନ୍‌ ଫାଏଡ୍‌ ମୋମୋ, କର୍ଣ୍ଣ/ଚାଇଜ୍‌ ପାନ୍‌ ଫ୍ରାଏଡ୍‌ ମୋମୋ, ଚିକେନ୍‌ ପାନ୍‌ ଫ୍ରାଏଡ୍‌ ମୋମୋ/ଫିସ୍‌ ପାନ୍‌ ଫ୍ରାଏଡ୍‌ ମୋମୋ), ଫ୍ରାଏଡ୍‌ ମୋମୋ, ଥିକ୍‌ପା, ଓ୍ଵାଓ!ଭାଲ୍ୟୁ ମିଲ୍‌ସ, ସିଜଲର ମୋମୋ, ମୋବର୍ଗ, ‘ଓ୍ଵାଓ!ସୁପର ମିଲ୍‌ସ’, ଡିର୍ଜଟ’ ଆଦି ରହିଛି।

ସମ୍ବନ୍ଧିତ ଖବର