ଫଟୋ ଜର୍ଣ୍ଣାଲିଷ୍ଟ ଡଟ୍‌ କମ୍‌ ପକ୍ଷରୁ ଶ୍ରମିକ ଦିବସ

ଭୁବନେଶ୍ୱର : ଫଟୋ ଜର୍ଣ୍ଣାଲିଷ୍ଟ୍‍ ଡଟ୍‌ କମ୍‌ ପକ୍ଷରୁ ଶ୍ରମିକ ଦିବସ ପାଳନ ଓ ପାରିବାରିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଫଟୋ ସାମ୍ବାଦିକ ପିୟୂଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକମ୍ରରେ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ବଦ୍ରିନାଥ ପଟ୍ଟନାୟକ, ସମାଜସେବୀ ମୁରଲୀ ମନୋହର ଶର୍ମା ଓ ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଫଟୋ ସାମ୍ବାଦିକମାନେ ବିଭିନ୍ନ ପରିସ୍ଥିତିରେ କିପରି କାର୍ଯ୍ୟ କରୁଛନ୍ତି, ତାହାର ଉଦାହରଣ ଦେଇ ଅତିଥିମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ସାମ୍ବାଦିକ ଭବାନୀ ପ୍ରସାଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ ଅନୁଷ୍ଠାନ ସୁର ତରଙ୍ଗ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଫଟୋ ସାମ୍ବାଦିକ ଟିକନ ମିଶ୍ର, ବିଶ୍ୱରଞ୍ଜନ ମିଶ୍ର, ଧ୍ରୁବ ମିଶ୍ର, ବୁଲୁ ସାହୁ, ଦୀପକ ମହାପାତ୍ର, ନବୀନ ଦାସ, ଅରବିନ୍ଦ ମହାପାତ୍ର ଓ ଜିତେନ୍ଦ୍ର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର