ସେଣ୍ଟ୍‌ ଜାଭିୟରରେ ବିଜ୍ଞାନ ମେଳା

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ସାମନ୍ତରାପୁରସ୍ଥିତ ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲରେ ଶୁଶୁମାନଙ୍କ ଦ୍ଵାରା ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୫୭ଜଣ କୁନିକୁନି ଛାତ୍ରଛାତ୍ରୀ ସାମିଲ ହୋଇ ପରିବେଶ ସୁରକ୍ଷା, ସୌରଶକ୍ତି ଓ ବର୍ଷାଜଳ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନ, ସ୍ମାର୍ଟସିଟି ଆଦି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ସଂଯୋଜକ ପ୍ରତାପ ଚନ୍ଦ୍ର ପରିଡ଼ା ଯୋଗଦେଇ ବିଜ୍ଞାନ ମେଳାକୁ ଉଦ୍‌ଘାଟନ କରିଥିଲେ। ସ୍କୁଲର ଅଧ୍ୟକ୍ଷା ଏସ୍‌ଆର୍‌ ଆଲାଣ୍ଡ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅରବିନ୍ଦ ମିଶ୍ର, ଡ. ଜ୍ୟୋତିନ୍ଦ୍ର କୁମାର ସାମଲ, ରାଜଲକ୍ଷ୍ମୀ ରାଠୋ, ରିସର୍ଚ ସ୍କଲାର ଅଧ୍ୟାପକ ମାନସ ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସ୍କୁଲର ନିର୍ଦେଶକ ଅଜିତ ଦାଶ, ସୁଭଦ୍ରା ରଥ, ବାସନ୍ତୀ ମିଶ୍ର, ଲିପି ପାଇକରାୟ, କଲ୍ୟାଣୀ ବାରିକ୍‌, ପୁଷ୍ପାଞ୍ଜଳି ଆଚାର୍ଯ୍ୟ, ବିଜୟ ଦାଶ, ଇମ୍ରାନ ଏହେମନ୍‌, ବଳରାମ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର