ଘରେ ପଶି ପିଟିଲେ, ଯୁବକ ଗିରଫ
ବାକି ଟଙ୍କାକୁ ନେଇ ଗଣ୍ଡଗୋଳ, ୨ ଆହତ
ଭୁବନେଶ୍ୱର : ଜଳଖିଆ ଦୋକାନରେ ଚୌକିରେ ବସିବାକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ, ରଙ୍ଗମାଟିଆର ରଂଜନ ବେହେରା। ଧିରକୁଟି ବସ୍ତିର ଗଣେଶ ଦିଗାଲଙ୍କୁ ଘରେ ପଶି ମାଡ଼ ମାରିବା ନେଇ ରଂଜନଙ୍କ ନାମରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଭିଏସ୍ଏସ୍ ନଗରରେ ଥିବା ଏକ ଜଳଖିଆ ଦୋକାନରେ ପଡ଼ିଥିବା ଏକ ଚୌକିରେ ରଂଜନ କିଛି ସମୟ ବସି ଉଠି ଯାଇଥିଲେ। କିଛି ସମୟ ପରେ ସେ ଦୋକାନକୁ ଆସି ସେହି ଚୌକିରେ ବସିବାକୁ ଚାହିଁଥିଲେ। କିନ୍ତୁ ଉକ୍ତ ଚୌକିରେ ବସିଥିବା ଗଣେଶ ସେଠାରୁ ଉଠିବାକୁ ମନା କରିଦେଇଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ତେବେ ସେଠାରେ ଉପସ୍ଥିତ ଅନ୍ୟ ଗ୍ରାହକଙ୍କ ହସ୍ତକ୍ଷେପ ଯୋଗୁଁ ରଂଜନ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ଏହାର ପ୍ରତିଶୋଧ ନେବା ପାଇଁ ପରେ ସେ ଗଣେଶଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିଥିଲେ। ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବାକି ଟଙ୍କାକୁ ନେଇ ଗଣ୍ଡଗୋଳ, ୨ ଆହତ
ଧଉଳି : ବାକି ଟଙ୍କାକୁ କେନ୍ଦ୍ର କରି ଆଜି ଅପରାହ୍ଣ ପ୍ରାୟ ୩ଟାରେ ଲିଙ୍ଗିପୁର ପେଟ୍ରୋଲ ପମ୍ପ ନିକଟରେ ଜଣେ ଟ୍ରକ୍ ଚାଳକ ଓ ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଧଉଳି ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଏ ସଂକ୍ରାନ୍ତରେ ଉଭୟଙ୍କ ବିରୋଧରେ ଧଉଳି ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ମୁତାବକ, ଟ୍ରକ୍ର ଚାଳକଜଣଙ୍କ ମାଲିକଙ୍କୁ ବାକି ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ପରସ୍ପରକୁ ଲୁହାରଡ୍, ରେଞ୍ଚି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ।