ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଖଣ୍ଡଗିରି : ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ତଳଖେତା ଛକରେ ଏକ ବାଇକ୍‌ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ଗଞ୍ଜାମ ବୁଗୁଡ଼ା ଥାନା ଚଢ଼େଇଆପଲ୍ଲୀ ଗାଁର ଦେବରାଜ ସେଠୀ(୪୫)। ପୁଲିସ ସୂଚନାନୁସାରେ ଦେବରାଜ ଏକ ବାଜା ପାର୍ଟିରେ କାମ କରନ୍ତି। ସେ ଗତ କିଛି ଦିନ ହେଲା ତଳଖେତାରେ ରହି ବିଭିନ୍ନ ଶୋଭାଯାତ୍ରାରେ ବାଜା ବଜାଉଥିଲେ। ଗତକାଲି ସେ ତଳଖେତା ବଜାରରେ ଜାତୀୟ ରାଜପଥ ପାର୍ ହେଉଥିବା ବେଳେ ଖୋର୍ଧାରୁ ଭୁବନେଶ୍ବର ଯାଉଥିବା ଏକ ବାଇକ୍‌(ଓଡି୦୫ଇ-୦୨୮୮) ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ଉଭୟ ବାଇକ୍‌ ଚାଳକ ଓ ଦେବରାଜ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଖୋର୍ଧା ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ଦେବରାଜଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ରାତି ପ୍ରାୟ ୮ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର