ଯୁବକଙ୍କ ଜୀବନ ନେଲା ଶ୍ୱଶୁର ଘର ଗାଁ ପୋଖରୀ

ଖଣ୍ଡଗିରି : ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅନ୍ତର୍ଗତ ଗମେଇ-ଗ୍ରାମଡିହ ଗାଁରେ ଆଜି ଜଣେ ଯୁବକ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତକ ହେଲେ ରାଜେନ୍ଦ୍ର କୁମାର ନାଏକ(୩୦)। ସେ ପ୍ରାୟ ୪ ଦିନ ହେଲା ତାଙ୍କ ଶ୍ୱଶୁର ଘରକୁ ଆସିଥିଲେ। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧ଟା ସମୟରେ ସେ ପୋଖରୀରେ ଗାଧୋଉଥିବାବେଳେ ବୁଡ଼ି ଯାଇଥିଲେ। ଶ୍ୱଶୁର ଘର ଗାଁ ପୋଖରୀକୁ ରାଜେନ୍ଦ୍ର ଭଲଭାବେ ଜାଣି ନଥିବାରୁ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଏଥିସହିତ ସେତେବେଳେ ପୋଖରୀରେ ସେ ହିଁ ଏକୁଟିଆ ଥିବାରୁ କେହି ତାଙ୍କୁ ଉଦ୍ଧାର କରିପାରି ନଥିଲେ। ପରେ ତାଙ୍କ ମୃତଦେହ ଭାସିବାରୁ କଥା ଜଣାପଡ଼ିଥିଲା। ପରିବାର ଲୋକେ ଶବ ସଂସ୍କାର କରିଛନ୍ତି। ଏ ନେଇ ପୁଲିସରେ ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର