‘ଜୀ କଳିଙ୍ଗ ନ୍ୟୁଜ୍‌’ ହେଲା ‘ଜୀ ଓଡ଼ିଶା’

ଭୁବନେଶ୍ବର: ‘ଜୀ କଳିଙ୍ଗ ନ୍ୟୁଜ୍‌’ର ନାମ ପରିବର୍ତନ ହୋଇଛି। ଏହି ଚ୍ୟାନେଲ୍‌ର ନୂତନ ନାମ ‘ଜୀ ଓଡ଼ିଶା’ ରଖାଯାଇଛି। ଗୁରୁବାର ହୋଟେଲ ମେ’ ଫେୟାରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଚ୍ୟାନେଲ୍‌ର ନୂତନ ଲୋଗୋ ଉନ୍ମୋଚନ କରି କହିଲେ ‘ଜୀ ଓଡ଼ିଶା’କୁ ଶୁଭେଚ୍ଛା। ସମାଜ ପାଇଁ ଭଲ କାମ କରୁଛନ୍ତି। ଲୋକଙ୍କ ବିଶ୍ବାସ ବଜାୟ ରଖନ୍ତୁ। ଲୋଗୋ ଉନ୍ମୋଚନ ଉତ୍ସବରେ ଜୀ ମିଡ଼ିଆ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ଅଶୋକ ଭେଙ୍କଟରମଣୀ ଓ ଜୀ ଓଡ଼ିଶାର ଚିଫ୍‌ ଏଡିଟର ପୁରୁଷୋତ୍ତମ ବୈଷ୍ଣବ ଯୋଗଦେଇ ଦେଶର ସର୍ବବୃହତ୍‌ ମିଡ଼ିଆ ଗ୍ରୁପ୍‌ର ଆଞ୍ଚଳିକ ଚ୍ୟାନେଲ ରାଜ୍ୟବାସୀଙ୍କ ହୃଦୟ ଜିଣିବା ସହ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିଥିଲେ। ଏହି ଅବସରରେ ସମାଜ ପାଇଁ ଆଦର୍ଶ ପାଲଟିଥିବା ଜୟନ୍ତୀ ଏକ୍କା, ସୁମନୀ ଝୋଡ଼ିଆ, ଆରତୀ ଦେବୀ, ସୁଭଦ୍ରା ପ୍ରଧାନ ଓ ଲିପିକା ସିଂ ଦରାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜୀ ଓଡ଼ିଶାର ରେସିଡେଣ୍ଟ ଏଡିଟର ଶରତ ପାଇକରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର