24 September 2017
10:35:36 AM
Sambad News
ବାଲେଶ୍ଵର

ବଜ୍ରାଘାତରେ ଜଣେ ମୃତ, ୩ ଆହତ

By Sambad | Date: Aug 16 2017 10:24PM
ବଜ୍ରାଘାତରେ ଜଣେ ମୃତ, ୩ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ବ୍ଲକରେ ବୁଧବାର ବଜ୍ରାଘାତ ହେବାରୁ କାଳବୁଧି ଗାଁର ଝାଡେଶ୍ୱର ମଲ୍ଲିକ(୫୫)ଙ୍କ ମୃତ୍ୟୁ ଘଟିଛି। ସେ ବିଲରେ କାମ କରୁଥବା ବେଳେ ବଜ୍ରାଘାତର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଗୁରତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ଝାଡ଼େଶ୍ୱରଙ୍କୁ ଡାକ୍ତର ମୃତ ଘେଷଣା କରିଥିଲେ। ସେହିପରି ବସ୍ତା ବ୍ଲକର ପୁଟୁରା ଗ୍ରାମରେ ହରେନ୍ଦ୍ର ଜେନା, ସୁବାସିନୀ ସିଂ ଓ ନେପା ସିଂ ବଜ୍ରାଘାତରେ ଆହତ ହୋଇଛନ୍ତି। ଏହି ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

image