24 September 2017
10:40:33 AM
Sambad News
ଦେବଗଡ଼

ଓଲଟିଲା ଆଇରନ ବୋଝେଇ ଟ୍ରକ: ଡ୍ରାଇଭର ମୃତ, ହେଲପର ଗୁରୁତର

By Sambad | Date: Aug 9 2017 10:11PM
ଓଲଟିଲା ଆଇରନ ବୋଝେଇ ଟ୍ରକ: ଡ୍ରାଇଭର ମୃତ, ହେଲପର ଗୁରୁତର

ଦେବଗଡ: ବାରକୋଟ ଥାନା ଅନ୍ତର୍ଗତ ଗୋପପୁର ନିକଟସ୍ଥ ଥିବା ବ୍ରିଜ ଉପରୁ ବୁଧବାର ସନ୍ଧ୍ୟାରେ ଏକ ଆଇରନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସିପଡିବାରୁ ସେଥିରେ ଥିବା ଡ୍ରାଇଭରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟଥିବା ଜଣାପଡିଛି । ଟ୍ରକର ହେଲପର ରାଜୁ ରାଉତ(୨୫)ଙ୍କୁ ଗୁରତର ଭାବେ ବାରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ଅବସ୍ଥା ସଂଙ୍କଟାପନ୍ନ ହେବାରୁ ଦେବଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପୁଲିସ ପଂହଚି ମୃତ ଦେହ ଜବତ କରିଥିଲା । ଖବରଲେଖାଯିବା ବେଳକୁ ମୃତ ଡ୍ରାଇଭରଙ୍କ ପରିଚୟ ଜଣାପଡିନାହିଁ  ବୋଲି ପୁଲିସ ସୁତ୍ରରୁ ପ୍ରକାଶ ।

image