21 July 2017
2:07:57 AM
image
Sambad News
ମନୋରଞ୍ଜନ

ହୁମା କୁରୈଶୀଙ୍କ ପାଇଁ ପ୍ରତ୍ୟାବର୍ତ୍ତନର ବର୍ଷ

By Sambad | Date: Jan 12 2017 12:41PM
ହୁମା କୁରୈଶୀଙ୍କ ପାଇଁ  ପ୍ରତ୍ୟାବର୍ତ୍ତନର ବର୍ଷ
Photo : Bollywood

୨୦୧୭କୁ ହୁମା କୁରୈଶୀଙ୍କ ପ୍ରତ୍ୟାବର୍ତ୍ତନର ବର୍ଷ କହିପାରିବା। କାରଣ, ୨୦୧୫ରେ ‘ବଦଲାପୁର’ର ମୁକ୍ତିଲାଭ ପରେ ସେ ଆଉ ଦେଖିବାକୁ ମିଳିନାହାନ୍ତି। ଏହି ବର୍ଷ ସେ ଦେଖିବାକୁ ମିଳିବେ ‘ଜଲି ଏଲ୍‌ଏଲ୍‌ବି ୨’ ଓ ‘ଭାଇସ୍‌ରଏଜ୍‌ ହାଉସ୍‌’ରେ। ପ୍ରଥମଟିରେ ତାଙ୍କର ନାୟକ ଅକ୍ଷୟ କୁମାର ଏବଂ ଦ୍ୱିତୀୟଟିରେ ତାଙ୍କ ପିତା ଭୂମିକାରେ ଅଭିନୟ କରିଛନ୍ତି ନିକଟରେ ପରଲୋକପ୍ରାପ୍ତ ହୋଇଥିବା ଓମ ପୁରୀ। ‘ଜଲି ଏଲ୍‌ଏଲ୍‌ବି ୨’ ଏକ ହାସ୍ୟରସାତ୍ମକ ଫିଲ୍ମ।

ଆଉ ‘ଭାଇସ୍‌ରଏଜ୍‌ ହାଉସ୍‌’ର କାହାଣୀ ଦେଶ ବିଭାଜନ ବେଳର ଅବସ୍ଥା ଉପରେ ଆଧାରିତ। ଫିଲ୍ମ ଦୁଇଟି ଯଥାକ୍ରମେ ଫେବ୍ରୁଆରି ଓ ମାଚ୍‌ର୍ରେ ମୁକ୍ତିଲାଭ କରିବ। ଏହି ଦୁଇଟିର ସଫଳତା ଉପରେ ହୁମାଙ୍କ ପେସାଦାର ଅଭିନେତ୍ରୀ ଜୀବନ ନିର୍ଭରଶୀଳ।