28 May 2017
5:56:35 PM
image
Sambad News
ମନୋରଞ୍ଜନ

ଡବ୍‌ବୁଙ୍କ କ୍ୟାଲେଣ୍ଡରରେ ଦିଶା ପଟାନିଙ୍କ ଟପଲେସ୍‌ ଫଟୋ

By Sambad | Date: Jan 12 2017 1:13PM
ଡବ୍‌ବୁଙ୍କ କ୍ୟାଲେଣ୍ଡରରେ  ଦିଶା ପଟାନିଙ୍କ ଟପଲେସ୍‌ ଫଟୋ
Photo : Dabbu Ratnani Calendar

ନୂଆଦିଲ୍ଲୀ: ନୂଆବର୍ଷ ଅବସରରେ ଉପଲବ୍ଧ ହୋଇଥିବା କ୍ୟାଲେଣ୍ଡରମାନଙ୍କରେ ବଲିଉଡର ଅଭିନେତ୍ରୀମାନଙ୍କ ଫଟୋ ଦେଖାଯାଉଛି। ଅନେକ ଅଭିନେତ୍ରୀ ନିଜକୁ ଚର୍ଚ୍ଚିତ ତାଲିକାରେ ସାମିଲ କରିବା ପାଇଁ ଭିନ୍ନ ଧରଣର ଶୈଳୀକୁ ନିଜର କରିପାରିଛନ୍ତି। ଏମାନଙ୍କ ମଧ୍ୟରୁ ଦିଶା ପଟାନୀ ମଧ୍ୟ ବାଛିଛନ୍ତି ଭିନ୍ନ ଏକ ଶୈଳୀ। ଡବ୍‌ବୁ ରତନାନିଙ୍କ କ୍ୟାଲେଣ୍ଡର ପାଇଁ ଶତ-ପ୍ରତିଶତ ଖୋଲା ଶରୀରରେ ଫଟୋ ପୋଜ୍‌ ଦେଇଛନ୍ତି ଦିଶା। କ୍ୟାଲେଣ୍ଡର ପାଇଁ ଦେଇଥିବା ଫଟୋ ପୋଜ୍‌କୁ ଦିଶା ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। 
 
ଫଟୋ ସୁଟ ବିଷୟରେ ଦିଶା ପଟାନୀ ବଲିଉଡ୍‌ ଜୀବନ ସଂପର୍କରେ ନିଜର ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି, ‘ମୁଁ ଟପ୍‌ଲେସ୍‌ ହୋଇ ନାହିଁ। ଆପଣ କେବଳ ମୋର ପଛପାଖ ଦେଖିପାରିବେ। ଏହା ଡବ୍‌ବୁ ରତନାମୀଙ୍କ ଆଇଡିଆ ଥିଲା। ସେ ଯେମିତି କହିଲେ, ମୁଁ ସେମିତି କରିଛି। ମୁଁ ଏହି କ୍ୟାଲେଣ୍ଡର ପାଇଁ ପ୍ରଥମ ଥର ଫଟୋ ପୋଜ୍‌ ଦେଇଛି।’
 
ଉଲ୍ଲେଖନୀୟ, ଦିଶା ପଟାନୀ ଗତବର୍ଷ ବଲିଉଡ ଫିଲ୍ମ ‘ଏମ୍‌ଏସ୍‌ ଧୋନୀ: ଦ ଅନ୍‌ଲିମିଟେଡ୍‌ ଷ୍ଟୋରି’ରେ ଅଭିନୟ କରିଥିଲେ। ସେ ଏବେ ଭାରତୀୟ-ଚୀନ୍‌ ଫିଲ୍ମ ‘କୁଙ୍ଗ ଫୁ ଯୋଗା’ରେ ଜ୍ୟାକି ଚାନ୍‌ଙ୍କ ସହିତ ସୁଟିଂରେ ବ୍ୟସ୍ତ। ଫିଲ୍ମଟିର ପ୍ରମୋସନ ପାଇଁ କାମ ଚାଲିଛି। ଏହି ଫିଲ୍ମ ଫେବ୍ରୁଆରିରେ ରିଲିଜ ହେବ ବୋଲି ଜଣାପଡ଼ିଛି। 
 

image