24 September 2017
10:34:08 AM
Sambad News
ମନୋରଞ୍ଜନ

ରାଗିଣୀଙ୍କୁ ମିଳିଥିଲା ବାବୁସାନ୍‌ଙ୍କ ସାଥ୍‌ , କିନ୍ତୁ ......!

By Sambad | Date: Aug 18 2017 12:35PM
ରାଗିଣୀଙ୍କୁ ମିଳିଥିଲା ବାବୁସାନ୍‌ଙ୍କ ସାଥ୍‌ , କିନ୍ତୁ ......!

ଓଲିଉଡ଼୍‍ରେ ପୂର୍ବରୁ ବହୁ ପ୍ରେମ ତ୍ରିକୋଣଧର୍ମୀ ସିନେମା ନିର୍ମିତ ହୋଇଛି। ଆଉ ଏଭଳି ଏକ ସିନେମା ନିର୍ମିତ ହେଉଥିଲା,ଯେଉଁଥିରେ ଜଣେ ନାୟିକାଙ୍କ ସାଙ୍ଗକୁ ଥିଲା ଦୁଇଜଣ ନାୟିକାଙ୍କ ପ୍ରେମ।
 
 
ଏଭଳି ଏକ ପ୍ରେମ ତ୍ରିକୋଣ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ରର ଶୀର୍ଷକ ହେଲା‘ପ୍ରେମୀ’।ଏଥିରେ ନାୟକ ଭୂମିକାରେ ଥିଲେ ବାବୁସାନ୍‌ ଓ ତାଙ୍କ ବିପକ୍ଷରେ ଯେଉଁ ଦୁଇଜଣ ନାୟିକା ପ୍ରେମିକା ବନିଥିଲେ,ସେମାନେ ହେଲେ ଝିଲିକ୍‌ ଓ ରାଗିଣୀ। ଏହାର କଥାବସ୍ତୁ ଅନୁଯାୟୀ ବାବୁସାନ୍‌ ଜଣେ ସାଧାରଣ ପିଲା,ଯିଏକି ଘଟଣା କ୍ରମେ ବଡ଼ଭାଇ ଭଳି ମାନୁଥିବା ଜଣେ ଘରମାଲିକ ଘରେ ଆସି ରହେ।ସେଇଠି ତା’ର ପ୍ରେମ ହୁଏ ଝିଲିକ୍‌ଙ୍କ ସହିତ,ଏଣେ ରାଗିଣୀ ବି ମନେମନେ ଭଲପାଏ ବାବୁଙ୍କୁ।।ଏଥିରେ ପୁଣି ଖଳନାୟକ ଭାବେ ପଶି ଆସନ୍ତି ମନୋଜ ମିଶ୍ର।ଏସବୁ ପରିସ୍ଥିତି ଭିତରେ ପ୍ରେମୀ ବାବୁସାନ୍‌ଙ୍କ ଜୀବନସାଥୀ କିଏ ହେଉଛନ୍ତି,ତା’ର ଉତ୍ତର ମିଳଥାନ୍ତା ଏହିଫିଲ୍ମରେ ।
 
ପୂର୍ବରୁ ଏହି ତିନି କଳାକାର ‘ଆଖିରେ ଆଖିରେ’ସିନେମାରେ ଏକାଠି କାମ କରିଥିଲେ ହେଁ ଏଥିରେ ବାବୁସାନ୍‌ଙ୍କ ବିପକ୍ଷରେ ଥିଲେ ଝିଲିକ୍‌,ଆଉ ସିଦ୍ଧାନ୍ତଙ୍କ ନାୟିକା ବନିଥିଲେ ରାଗିଣୀ।ହେଲେ ଏଥର ସ୍ଥିତି ଏକଦମ୍‌ ଅଲଗା।ପ୍ରଥମ ଥର ଲାଗି ରାଗିଣୀଙ୍କୁ ମିଳିଥିଲା ବାବୁସାନ୍‌ଙ୍କ ସାଥ୍‌। କିନ୍ତୁ ଏହି ସିନେମା ‘ପ୍ରେମୀ’ରୁ ପରେ ବାବୁସାନ୍‌ ଓହରିଯାଇଥିଲେ। ଆଉ ରାଗିଣୀଙ୍କୁ ପରେ ବାବୁସାନ୍‌ଙ୍କ ସାଥ୍‌ ମିଳିନାହିଁ ଏଯାବତ୍‌।  କେ.ଭି. ରମଣା ଥିଲେ ଏହାର  ନିର୍ଦ୍ଦେଶକ । 

image