28 May 2017
5:56:37 PM
image
Sambad News
ମନୋରଞ୍ଜନ

ଅମୀର୍‌ ଖାନ୍‌ଙ୍କ ପତ୍ନୀ ଏବେ ବି ଖୋଜୁଛନ୍ତି ପାର୍ଟନର୍‌ !

By Sambad | Date: Jan 12 2017 10:54AM
ଅମୀର୍‌ ଖାନ୍‌ଙ୍କ ପତ୍ନୀ ଏବେ ବି ଖୋଜୁଛନ୍ତି ପାର୍ଟନର୍‌ !

ମୁମ୍ବାଇ: ବଲିଉଡର ମିଷ୍ଟର୍‌ ପରଫେକସନିଷ୍ଟ୍‍ ଅମୀର୍‌ ଖାନ୍‌ ଙ୍କ ପତ୍ନୀ ଏବେ ବି ଖୋଜୁଛନ୍ତି ପାର୍ଟନର୍‌ ପଢ଼ି କ’ଣ ଚିନ୍ତାରେ ପଡ଼ିଗଲେ କି?  ନା ସେଭଳି କିଛି କଥା ନାହିଁ । ପ୍ରକୃତରେ  ଫିଲ୍ମ ‘ଦଙ୍ଗଲ୍‌’ରେ ଅମୀର୍‌ ଖାନ୍‌ ନିଭାଇଛନ୍ତି ମହାବୀର ସିଂହ ଫୋଗଟଙ୍କ ଚରିତ୍ର ଏବଂ ସେଥିରେ ତାଙ୍କ ପତ୍ନୀ ଚରିତ୍ରରେ ଦେଖିବାକୁ ମିଳିଛନ୍ତି ଲୋକପ୍ରିୟ ଟେଲିତାରକା ସାକ୍ଷୀ ତନଓ୍ଵର୍‌। ଆଉ ଏହି ସାକ୍ଷୀଙ୍କୁ ଏବେ ୪୪ ବର୍ଷ ବୟସ ହୋଇଯାଇଥିଲେ ବି ସେ ଏଯାବତ୍‌ ବିବାହ କରିନାହାନ୍ତି । ସତ କହିବାକୁ ଗଲେ ତାଙ୍କୁ ଉପଯୁକ୍ତ ପାର୍ଟନର୍‌ ମିଳି ନାହାନ୍ତି । ଏହି କାରଣରୁ ସେ ଏବେବି ପାର୍ଟନର୍‌ ଖୋଜୁଛନ୍ତି ।
 
ନିକଟରେ ଚର୍ଚ୍ଚା ଜୋର୍‌ ଧରିଥିଲା ଯେ ସାକ୍ଷୀ ଗୁପ୍ତରେ କାହାରିକୁ ବିବାହ କରିଛନ୍ତି ,ହେଲେ ପରେ ତାହା ଗୁଜବ ବୋଲି ଜଣାପଡିଥିଲା । ଏଠାରେ ସୂଚନାଯୋଗ୍ୟଯେ ସାକ୍ଷୀ ତନଓ୍ଵର୍‌  ଏକତା କପୁରଙ୍କ ଲୋକପ୍ରିୟ ମେଗା ଧାରାବାହିକ ‘କାହାନୀ ଘରଘରକି’ରେ ପାର୍ବତୀ ଚରିତ୍ରରେ ଅଭିନୟ କରି ପ୍ରଥମେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
 
 
 

image