29 April 2017
6:55:30 PM
image
Sambad News
ଦେଶ- ବିଦେଶ

ପୋଙ୍ଗଲ୍‌ ଷଣ୍ଢ-ଖେଳ ଜାଲ୍ଲିକାଟ୍ଟୁ ପାଇଁ ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମ୍‌ କୋର୍ଟ

By Sambad | Date: Jan 12 2017 1:33PM
ପୋଙ୍ଗଲ୍‌ ଷଣ୍ଢ-ଖେଳ ଜାଲ୍ଲିକାଟ୍ଟୁ ପାଇଁ ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମ୍‌ କୋର୍ଟ
Photo Courtesy: BBC

ନୂଆଦିଲ୍ଲୀ: ପୋଙ୍ଗଲ୍‌ ପର୍ବ ସମୟରେ ତାମିଲନାଡୁରେ ଅନୁଷ୍ଠିତ ହେଉଥିବା ବିବାଦୀୟ ଜାଲ୍ଲିକାଟ୍ଟୁ ଖେଳକୁ ଅନୁମତି ଦେବାପାଇଁ କରାଯାଇଥିବା ଆବେଦନକୁ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମ୍‌ କୋର୍ଟ।
 
ଦୁଇ ଦିନ ମଧ୍ୟରେ ଜାଲ୍ଲିକାଟ୍ଟୁ ଖେଳ ମାମଲାରେ ହସ୍ତକ୍ଷେପ କରି ଅନୁମତି ପାଇଁ କରାଯାଇଥିବା ଆବେଦନକୁ ନାକଚ କରି ସୁପ୍ରିମ୍‌ କୋର୍ଟ କହିଛନ୍ତି, ଖଣ୍ଡପୀଠଙ୍କୁ ଅର୍ଡର୍‌ ପାସ୍‌ କରିବାକୁ କହିବା ଅଶିଷ୍ଟାଚାର। ରାୟର ଡ୍ରାଫ୍‌ଟ୍‌ ପ୍ରସ୍ତୁତି ସରିଛି ମାତ୍ର ଶନିବାର ପୂର୍ବରୁ ତାହା ଶୁଣାଇବା ସମ୍ଭବ ନୁହେଁ।
 
ଜୀବେ ନିଷ୍ଠୁରତା ଭିତ୍ତିରେ ୨୦୧୪ରେ କୋର୍ଟ ଜାଲ୍ଲିକାଟ୍ଟୁକୁ ନିଷିଦ୍ଧ ଘୋଷଣା କରିଥିଲେ। କିନ୍ତୁ, ତାମିଲନାଡୁ ରାଜନୈତିକ ଦଳମାନେ ଏହାକୁ ଗ୍ରହଣ କରିପାରି ନ ଥିଲେ। 
ଜାଲ୍ଲିକାଟୁରେ ଷଣ୍ଢ ନିଷିଦ୍ଧ କରାଯିବା ୨୦୧୪ ରାୟକୁ ସମୀକ୍ଷା କରିବାକୁ ଗତ ବର୍ଷ ତାମିଲନାଡୁ ସରକାର ଆବେଦନ କରିଥିଲେ। 

image