22 February 2017
10:54:38 PM
Sambad News
କେନ୍ଦ୍ରାପଡ଼ା

ପକ୍ଷୀ ଗଣନା ଆସନ୍ତାକାଲି : ୧୬ଟି ଟିମ୍‌ ଗଠିତ

By Sambad | Date: Jan 11 2017 11:12PM
ପକ୍ଷୀ ଗଣନା ଆସନ୍ତାକାଲି : ୧୬ଟି ଟିମ୍‌ ଗଠିତ

ରାଜନଗର : ଭିତରକନିକାରେ ବିଦେଶାଗତ ପକ୍ଷୀ ଗଣନା ପାଇଁ ଆଜି ୧୬ଟି ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ସମୁଦାୟ ୫୭ ଜଣଙ୍କୁ ସାମିଲ୍‌ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି  ପକ୍ଷୀ ବିଶାରଦ ଜି.ଆବେଦିନ, ବିଶ୍ୱଜିତ୍‌ ମହାନ୍ତି, ସୁନିଲ୍‌ ଦତ୍ତ, ଚନ୍ଦନ ଜାନି, ସି.କେ. ପଟ୍ଟନାୟକ, ସୁମନ୍ତ ରାଜଗୁରୁ, ଶୁୁଭେନ୍ଦୁ ଭଟ୍ଟାଚାର୍ଯ୍ୟ, ଚିତ୍ତରଂଜନ ମହାପାତ୍ର, ସୋମ୍ୟଦର୍ଶନ ପ୍ରଧାନ, ବିରଜାପ୍ରସାଦ ପତି, ବିଜୟ କୁମାର ପରିଡା, ଦୀପକ ସାହୁ, ଶିବ ପ୍ରସାଦ ପରିଡା ଓ  ମାଇକେଲ୍‌ ପିଟର।

 
ବନବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି  ସକାଳଠାରୁ ଅପରାହ୍ନ ୧ ଘଟିକା ଯାଏଁ ଭିତରକନିକା, ପାଟିଆ, ବଗଗହନ, ଡାଙ୍ଗମାଳ, ସାତଭାୟା ଗାଁ, ଷୋଳନମ୍ବର ଘେରୀ, ଚିଂଚିରି ମାଉଥ୍‌, କାକରା ପାଟିଆ, ଜଉଦିଆ, ରାଇପାଟିଆ, ହଂସିଣା, ବରୁଣେଇ ମୁହାଣ, ଗୋବରୀ ନଦୀ ମାଉଥ୍‌, ହେଟ୍ଟାମୁଣ୍ଡିଆ, କଂସାରୀ ପାଟିଆ, ଜଟାଧାର ତଣ୍ଡା, ହାୱା ଖାନା, ଦେବୀ ରିଭର ମାଉଥ୍‌ ଆଦି ସ୍ଥାନରେ  ଏକକାଳୀନ ପକ୍ଷୀ ଗଣନା କରାଯିବ। 
 
ପ୍ରକାଶଥାଉକି, ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଏବେ ବିଦେଶୀ ପକ୍ଷୀଙ୍କ ଭିଡ ଜମିଛି। ହଜାରହଜାର କିଲୋମିଟର ପଥ ଅତିକ୍ରମ କରି ସୁଦୂର ସାଉଦିଆରବ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଆଫଗାନିସ୍ଥାନ, ଆମେରିକା ଆଦି ଦେଶରୁ ବିଦେଶୀ ପକ୍ଷୀ ଭିତରକନିକାରେ ଭିଡ ଜମାଇଛନ୍ତି।