24 February 2017
10:34:02 PM
Sambad News
ରାଜନୀତି

ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବି ନାହିଁ କି, ଦିଲ୍ଲୀ ଛାଡ଼ିବି ନାହିଁ: ଅରବିନ୍ଦ କେଜ୍ରିଓ୍ଵାଲ୍‌

By Sambad | Date: Jan 12 2017 9:01AM
ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବି ନାହିଁ କି, ଦିଲ୍ଲୀ ଛାଡ଼ିବି ନାହିଁ: ଅରବିନ୍ଦ କେଜ୍ରିଓ୍ଵାଲ୍‌
Photo Courtesy: TOI

ପଟ୍‌ରନ୍‌ (ପଟିଆଲା): ଅରବିନ୍ଦ କେଜ୍ରିଓ୍ଵାଲ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଚାରି ଭୋଟ୍‌ ଦିଅନ୍ତୁ ବୋଲି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପଞ୍ଜାବର ଜନସାଧାରଣଙ୍କୁ କହିିବାର ଦିନକ ପରେ ଆପ୍‌ର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ସମ୍ଭାବନାକୁ ସ୍ପଷ୍ଟ  ମନା କରିଦେଇଛନ୍ତି। 
 
ପଟିଆଲାରେ ନିଜ ଦଳର ପ୍ରଚାର ଅଭିଯାନରେ କେଜ୍ରିଓ୍ଵାଲ୍‌ ବୁଧବାର କହିଛନ୍ତି- ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ଲୋକେ ମୋ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ତେଣୁ, ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇ ପାରିବି ନାହିଁ। ମୁଁ ମଧ୍ୟ ଦିଲ୍ଲୀ ଛାଡ଼ିବି ନାହିଁ। ଆପ୍‌ ସରକାର ଗଢ଼ିଲେ ସେ ପଞ୍ଜାବକୁ ଉଠିଆସିବା କଥାକୁ ମଧ୍ୟ ଅସ୍ୱୀକାର କରିଛନ୍ତି।
 
ମୋହାଲିର ଏକ ଶୋଭାଯାତ୍ରାରେ ସିସୋଦିଆ କ୍ରେଜ୍ରିଓ୍ଵାଲ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିନ କରି ଭୋଟ୍‌ ଯାଚନା କରିବା ଅନେକ ଲୋକଙ୍କୁ ଆଚମ୍ବିତ କରିଥିଲା। କିନ୍ତୁ, କ୍ରେଜ୍ରିଓ୍ଵାଲ୍‌ ସିସୋଦିଆଙ୍କୁ ସମର୍ଥନ କରି କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ଭୁଲ୍‌ ନୁହେଁ। 
 
କେଜ୍ରିଓ୍ଵାଲ୍‌ କହିଛନ୍ତି- ଯଦି ମୋ ଦଳ ଭୋଟ୍‌ ଜିଣି କ୍ଷମତାକୁ ଆସେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଜଣେ ସ୍ଥାନୀୟ ଏମ୍‌ଏଲ୍‌ଏ ହେବେ, ପାକିସ୍ତାନ କିଂବା ଫ୍ରାନ୍‌ସ୍‌ରୁ ନୁହେଁ। କିନ୍ତୁ, ଆପ୍‌ ଦେଇଥିବା ସମସ୍ତ ପ୍ରତିଶ୍ରୁତିର ଦାୟିତ୍ୱ ମୁଁ ଗ୍ରହଣ କରିବି।