17 January 2017
12:41:41 AM
Sambad News
ବିଶେଷ

ଭଗବାନ ବି ପରିଧାନ କରନ୍ତି ଶୀତବସ୍ତ୍ର ! ଜାଣନ୍ତୁ କାରଣ

By Sambad | Date: Jan 11 2017 6:15PM
ଭଗବାନ ବି ପରିଧାନ କରନ୍ତି ଶୀତବସ୍ତ୍ର ! ଜାଣନ୍ତୁ କାରଣ

ବରାଣସୀ: ଉତ୍ତର ଭାରତରେ ଥଣ୍ଡାର ପ୍ରକୋପ ଅଧିକ ମାତ୍ରାରେ ଅନୁଭୂତ ହୋଇଥାଏ। ଏଠାକାର ଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ସହିତ ଶୀତବସ୍ତ୍ର ପରିଧାନ କରିବା ତ ସ୍ୱଭାବିକ କଥା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏଠାରେ ଭଗବାନଙ୍କୁ ବି ଶୀତବସ୍ତ୍ର ପରିଧାନ କରିବା ଦୃଶ୍ୟ ଦେଖିବାକୁ ମିଳେ ଯାହା ଆପଣ ଫଟୋ ଜରିଆରେ ଜାଣି ପାରୁଥିବେ। 
 
ସୂଚନାଯୋଗ୍ୟ, କାଶୀ ମଣିକାର୍ଣିକା ଘାଟର ସତୁଆ ବାବା ଆଶ୍ରମସ୍ଥିତ ମନ୍ଦିରରେ ଭକ୍ତମାନେ ଭଗବାନ ରାଧା କୃଷ୍ଣ ମୂର୍ତ୍ତିକୁ ଶୀତବସ୍ତ୍ର ପରିଧାନ କରାଇବା ସହିତ ତାଙ୍କ ପାଦ ତଳେ କମ୍ବଳ ମଧ୍ୟ ରଖିଛନ୍ତି। କେବଳ ଏହି ମନ୍ଦିରରେ ନୁହେଁ ସେଠାକାର ଅନେକ ମନ୍ଦିରରେ ଭଗବାନଙ୍କୁ ଶୀତବସ୍ତ୍ର ପିନ୍ଧିବାର ଦେଖିବାକୁ ମିଳେ। ତେବେ ଏହି ପ୍ରସଙ୍ଗରେ ପୂଜାରୀମାନେ କହନ୍ତି, ଭଗବାନଙ୍କୁ ଶୀତବସ୍ତ୍ର ପରିଧାନ କରାଇବା ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି। ଦୀପାବଳି ପରେ ପରେ ଏଠାରେ ଭଗବାନଙ୍କୁ ଶୀତବସ୍ତ୍ର ଦିଆଯାଇଥାଏ।