24 September 2017
11:13:48 PM
Sambad News
ବିଶେଷ

ତିନି ଗୋଡ଼ିଆ ବାଳିକା ନା, ଏଥିରେ କିଛି ରହସ୍ୟ ଅଛି? କହିଲେ ଦେଖି?

By Sambad | Date: Jan 12 2017 12:55PM
ତିନି ଗୋଡ଼ିଆ ବାଳିକା ନା, ଏଥିରେ କିଛି ରହସ୍ୟ ଅଛି? କହିଲେ ଦେଖି?

ଦୁନିଆରେ ଅନେକ ରହସ୍ୟମୟ ଘଟନା ଘଟୁଛି, ଅନେକ ରହସ୍ୟମୟ ଜିନିଷ ବି ଅଛି? ପ୍ରଯୁକ୍ତିବିଦ୍ୟା ଯେତେ ବିକଶିତ ହେଲେ ମଧ୍ୟ ସେଥିରୁ ଅନେକ ରହସ୍ୟ ଭେଦ କରିବା ସମ୍ଭବପର ହୋଇ ନାହିଁ। ବରଂ ରହସ୍ୟମୟ ଜିନିଷର ତାଲିକା ବଢ଼ି ଚାଲିଛି। ସେମିତି ଏକ ରହସ୍ୟ ଭରା ଫଟୋ ଏବେ ସାମାଜିକ ଗଣ ମାଧ୍ୟମରେ ଲୋକଙ୍କୁ ଆବାକାବା କରିପକାଇଛି। 
 
ସେ ଫଟୋରେ ଦେଖାଯାଉଛି ୩ ଗୋଡ଼ରେ ଆଣ୍ଠେଇ ଥିବା ଯୁବତୀଟିଏ। କିନ୍ତୁ, ବାସ୍ତବରେ ତା’ର ତିନୋଟି ଗୋଡ଼ ନା, ଆଉ କିଛି? ପ୍ରକୃତରେ ସେ ଛବିରେ କ’ଣ ଅଛି? ଏହାର ଭେଦ ପାଇବା ପାଇଁ ଲୋକେ ବର୍ଷ ବର୍ଷ ଧରି ସେ ଛବିଟିକୁ ଦେଖି ବାଇଆ ହେଇଗଲେଣି। କିନ୍ତୁ, ଜାଣି ପାରୁ ନାହାନ୍ତି- ସତରେ ତାହା କ’ଣ? 
 
ଫଟୋ ସେୟାରିଙ୍ଗ୍‌ କମ୍ୟୁନିଟି ‘ଇମ୍‌ଗର୍‌’ ଯୋଗେ ପୁଣି ଲୋକଲୋଚନକୁ ଆସିଥିବା ଏହି ଫଟୋ ଦେଖି କେତେକ ୟୁଜର୍‌ ଦାବି କରୁଛନ୍ତି ସେମାନେ ଏହାର ରହସ୍ୟ ଜାଣିପାରିଛନ୍ତି। ଜଣେ ଲେଖିଛନ୍ତି- ଦୀର୍ଘ ଦୁଇ ବର୍ଷ ପରେ ମୁଁ ସତ୍ୟ ଉନ୍ମୋଚନ କରି ପାରିଲି।
 
ଅନ୍ୟ ଜଣେ ଲେଖିଛନ୍ତି, କେଇ ମିନିଟ୍‌ ଦେଖିଲା ପରେ ମୁଁ ବାଉଳା ହୋଇଗଲି। ମୁଁ ଜାଣି ପାରୁନି ତାହା କ’ଣ? ଅନ୍ୟ କେତେକ କହୁଛନ୍ତି- ପ୍ରକୃତରେ ତାଙ୍କର ୩ଟି ଗୋଡ଼!
କିନ୍ତୁ, ଏଥିରେ ବାଉଳା ହେବାର କ’ଣ ଅଛି? ଟିକେ ନିରେଖି ଦେଖିଲେ ଜାଣି ପାରିବେ କଥାଟା କ’ଣ?
 
ପ୍ରକୃତ କଥା ହେଲା- ଯୁବତୀ ନିଜ ଶରୀର ରଙ୍ଗ ସହ ମେଳ ଖାଉଥିବା ବାଦାମୀ ଫୁଲଦାନିଟିଏ ଧରିଛି।
 

image