17 January 2017
12:41:47 AM
Sambad News
ବିଶେଷ

ଆସିଲା ହ୍ଵାଟ୍‌ସଅପ୍‌ର ନୂଆ ଭର୍ସନ୍‌ : ଥରକେ ପଠାଇ ପାରିବେ ୩୦ଟି ଫଟୋ

By Sambad | Date: Jan 11 2017 2:03PM
ଆସିଲା ହ୍ଵାଟ୍‌ସଅପ୍‌ର ନୂଆ ଭର୍ସନ୍‌ : ଥରକେ ପଠାଇ ପାରିବେ ୩୦ଟି ଫଟୋ

ନୂଆଦିଲ୍ଲୀ: ସୋସିଆଲ ନେଟଓ୍ଵର୍କିଂ ଆପ୍‌  ‘ହ୍ଵାଟ୍‌ସଆପ୍‌’ର ନୂଆ ସଂସ୍କରଣ ଯୁବ ବର୍ଗଙ୍କ ପାଇଁ ଆସିଛି। ଜିଆଇଏଫ୍‌ ସପୋର୍ଟ ଥିବା ଏଇ ସଂସ୍କରଣକୁ ଯୁବପିଢ଼ିଙ୍କୁ ଭଲ ଲାଗିବ। ହ୍ଵାଟ୍‌ସଅପ୍‌ର ଏହି  ବିଟା ଏଣ୍ଡ୍ରଏଡ୍‌  ୨.୧୭.୬ ଭର୍ସନ ବ୍ୟବହାର କରୁଥିବା ଗ୍ରାହକଙ୍କୁ ନୂଆ ସୁବିଧା ମିଳିବ। ଆଶା କରାଯାଉଛି ଯେ, ଅଫିସିୟାଲ ପାଇଁ ବ୍ୟବହାର କରୁଥିବା ଗ୍ରାହକଙ୍କୁ ବି ଏହି ସୁବିଧା ଆଗାମୀ ଦିନରେ ମିଳିବ। ନୂଆ ସଂସ୍କରଣରେ ଫଟୋ ସେୟାରିଂକୁ ବି ଅପ୍‌ଡେଟ୍‌ କରାଯାଇଛି।  ନୂଆ ସଂସ୍କରଣରେ ଏକା ଥରକେ ୩୦ ଫଟୋ ପଠାଯାଇପାରିବ।  ପୂର୍ବରୁ ଗୋଟିଏ ଥରରେ ୧୦ଟି ଫଟୋ ପଠାଯାଇ ପାରୁଥିଲା।