24 January 2017
10:36:23 AM
image
Sambad News
ରାଜ୍ୟ

ଏମ୍‌ସରେ ଆରମ୍ଭ ହେଲା ଇ-ହସ୍ପିଟାଲ ସେବା

By Sambad | Date: Jan 12 2017 12:22AM
ଏମ୍‌ସରେ ଆରମ୍ଭ ହେଲା ଇ-ହସ୍ପିଟାଲ ସେବା

ଖଣ୍ଡଗିରି : ଭୁବନେଶ୍ୱର ଏମ୍‌ସରେ ଆଜିଠାରୁ ଇ-ହସ୍ପିଟାଲ ସେବା ଆରମ୍ଭ କରାଯାଇଛି। ରୋଗୀସେବାରେ ଏହା ଏକ ନୂଆ ଅଧ୍ୟାୟ ହୋଇ ଯୋଡ଼ି ହୋଇଛି। ରୋଗୀମାନଙ୍କୁ ଆଉ ପୁଳାଏ କାଗଜପତ୍ରର ଝିନ୍‌ଝଣ୍ଟ୍‌ରେ ପଡ଼ିବାକୁ ହେବ ନାହିଁ। ରୋଗୀଙ୍କର ପ୍ରାୟ ସମସ୍ତ କଥା କମ୍ପ୍ୟୁଟରାଇଜଡ୍‌ ହେବ। ରୋଗୀର ସମସ୍ତ ତଥ୍ୟ କମ୍ପ୍ୟୁଟରରେ ସାଇତା ହୋଇ ରହିବ। ଏବେ ଏହା ସମ୍ପୁର୍ଣ କାର୍ଯ୍ୟକ୍ଷମ ହୋଇନଥିଲେ ହେଁ ବର୍ଷକ ଭିତରେ ଏହି ହସ୍ପିଟାଲ ପେପରଲେସ୍‌ ହୋଇଯିବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି। 
 
ଆଜି ଏମ୍‌ସ ନିର୍ଦେଶିକା ଗୀତାଜଂଳି ବ୍ୟାଟ୍‌ମାନ୍‌ବାନେ ଏହି ନୂତନ ସେବାର ଉଦ୍‌ଘାଟନ କରିଛନ୍ତି। ନେସନାଲ୍‌ ଇନ୍‌ଫର୍ମେସନ୍‌ ସେଣ୍ଟର(ଏନ୍‌ଆଇସି) ସହଯୋଗରେ ଏକ ନୂତନ ସଫ୍ଟେଓ୍ଵୟାର୍‌ ପ୍ରସ୍ତୁତ କରାଯାଇ ଆଜିଠାରୁ କିଛି ବିଭାଗରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏଣିକି ରୋଗୀଟି କାଉଣ୍ଟରରେ ନିଜର ନାମ ପଂଜୀକୃତ କରିବା ପରେ ତାଙ୍କୁ ଏକ ହଳଦିଆ କାର୍ଡରେ ବାର୍‌ କୋଡ୍‌ ନମ୍ବର ମିଳିବ। ଏହି କାର୍ଡ ଧରି ରୋଗୀ ସମ୍ପୃକ୍ତ ବିଭାଗକୁ ଯିବେ ଓ ଆବଶ୍ୟକ ହେଲେ ସେଠାରୁ ତାଙ୍କୁ ଅନ୍ୟ ବିଭାଗକୁ ପଠାଇ ଦିଆଯିବ। ରୋଗୀଙ୍କ ସମସ୍ତ ତଥ୍ୟ କମ୍ୟୁଟରରେ ରେକର୍ଡ ହୋଇ ରହିବ। କିନ୍ତୁ ପୂର୍ବ ଭଳି ଡାକ୍ତର ପ୍ରେସ୍‌କ୍ରିପ୍‌ସନରେ ଔଷଧ ଲେଖିବେ। 
 
ଏମ୍‌ସ ଅଧୀକ୍ଷକ ତଥା ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଦିଲ୍ଲୀପ କୁମାର ପରିଡ଼ାଙ୍କ ସୂଚନାନୁସାେରେ ଭାରତର ସମସ୍ତ ଏମ୍‌ସ ଓ ଅନ୍ୟ କିଛି ଖ୍ୟାତାନାମା ହସ୍ପିଟାଲରେ ଏଭଳି ସେବା ଆରମ୍ଭ ହୋଇଛି। ତେଣୁ ଭୁବନେଶ୍ୱର ଏମ୍‌ସରେ ବି ଆଜିଠାରୁ ଏହାର ଶୁଭାରମ୍ଭ କରାଯାଇଛି। ନିର୍ଦେଶିକା ଶ୍ରୀମତୀ ବ୍ୟାଟମାନବାନେଙ୍କ ସୂଚନାନୁସାରେ ଏହା ଦ୍ୱାରା ପେପର କାମ ବହୁତ ହ୍ରାସ ପାଇବ ଓ ଏହା ରୋଗୀମାନଙ୍କ ପାଇଁ ବି ବହୁତ ସୁବିଧା ହେବ।