24 September 2017
10:32:04 AM
Sambad News
ରାଜ୍ୟ

ସେବାଶ୍ରମରେ ୧୦ମ ଶ୍ରେଣୀ ଛାତ୍ରକୁ ର‍୍ୟାଗିଂ ଅଭିଯୋଗ

By Sambad | Date: Sep 10 2017 11:59PM
ସେବାଶ୍ରମରେ ୧୦ମ ଶ୍ରେଣୀ ଛାତ୍ରକୁ ର‍୍ୟାଗିଂ ଅଭିଯୋଗ

ଚକାପାଦ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ରଣପାଟୁଳି ସେବାଶ୍ରମରେ ୧୦ମ ଶ୍ରେଣୀ ଛାତ୍ରକୁ ର‍୍ୟାଗିଂ ଅଭିଯୋଗ ସାମ୍ନାକୁ ଆସିଛି।  ଚକାପାଦ ବ୍ଲକ ଅର୍ଚ୍ଚାଙ୍ଗି ଗ୍ରାମ ରଞ୍ଜନ କୁମାର ମଳିକଙ୍କୁ ଗତ ୮ ତାରିଖ ରାତି ପ୍ରାୟ ୧୧ଟାରେ ୧୦ମ ଓ ୯ମ ଶ୍ରେଣୀର ୭ଜଣ ଛାତ୍ର ଆସି ତାଙ୍କୁ ଛାତ ଉପରକୁ ଡାକି ନେଇଥିଲେ। ସେ କିଛି ଜାଣିବା ପୂର୍ବରୁ ସମସ୍ତ ଛାତ୍ର ମିଶି ବାଡିରେ ପିଟିବା ସହ ଲାତ, ଗୋଇଠା ମାରି ନିର୍ଧୁମ ପିଟିଥିଲେ। ସାରଙ୍କୁ କହିଲେ ତୋତେ ପୁଣି ପିଟିବୁ କହି ଧମକ ଚମକ ଦେଇଥିଲେ। ରଂଜନ କାରଣ ବିଷୟରେ ପଚାରିଥିଲେ ବି ସେମାନେ ତାଙ୍କୁ କିଛି କହି ନଥିଲେ। 
 
ଏନେଇ ରଞ୍ଜନ ପ୍ରଧାନଶିକ୍ଷକ ଦେବପ୍ରସାଦ ପଣ୍ଡା ଓ ହଷ୍ଟେଲ ପରିଚାଳନା ପ୍ରମୋଦ ଚୌଧୁରୀଙ୍କୁ ଜଣାଇଥିଲେ। ହେଲେ ପରେ ଏବିଷୟରେ ବୁଝିବା ପାଇଁ କହି ଉଭୟ ଘଟଣାକୁ ଏଡାଇ ଦେଇଥିଲେ।  ଭୟରେ ରଞ୍ଜନ ୯ ତାରିଖ ରାତି ସେବାଶ୍ରମରେ ରହିଥିଲେ। ଆଜି ସକାଳୁ ସେବାଶ୍ରମ କର୍ତ୍ତୃପକ୍ଷଙ୍କୁ କିଛି ନ ଜଣାଇ ଘରକୁ ଚାଲିଆସିଥିଲେ। ରଞ୍ଜନଙ୍କ ଶରୀରର ବିଭିନ୍ନ ଭାଗରେ ଆଘାତ ଲାଗିଥିବାରୁ ତାଙ୍କୁ ପରିବାର ଲୋକେ ବ୍ରାହ୍ମଣପାଦ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତି କରିଥିଲେ। ତାଙ୍କ ଜଂଘ, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। କିଛି ଛାତ୍ରଙ୍କ ର‍୍ୟାଗିଂ ଭୟରେ ଆଉ ସେବାଶ୍ରମକୁ ଯିବେ ନାହିଁ ବୋଲି ରଞ୍ଜନ କହିଛନ୍ତି। ଅନ୍ୟପକ୍ଷରେ ମାଡ଼ ମାରିିଥିବା ଛାତ୍ର ଓ ସେବାଶ୍ରମ କର୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବାପା ଗୋରେଖ ମଳିକ ଦାବି କରିଛନ୍ତି। 

image