27 June 2017
5:50:09 AM
image
Sambad News
ରାଜ୍ୟ

ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ଘରେ ସିବିଆଇ ଚଢ଼ାଉ

ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲା

By Sambad | Date: Jan 12 2017 1:48PM
ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ଘରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ପଚରାଉଚରା ପାଇଁ ସିବିଆଇ ନିକଟରେ ହାଜର ହେବାକୁ  ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ପୂର୍ବରୁ ସିବିଆଇ ନୋଟିସ ଜାରି କରିଥିବା ବେଳେ ଆଜି  ସିବିଆଇ ପକ୍ଷରୁ ଶ୍ରୀ ଜେନାଙ୍କ ବାଲେଶ୍ୱରସ୍ଥିତ ୨ ଟି ଘରେ ଚଢ଼ାଉ କରାଯିବା ସହିତ ବାଲେଶ୍ୱରର ମୋଟ୍‌ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ସିସୋର ଠକେଇ ମାମଲାରେ ସିବିଆଇ ପକ୍ଷରୁ ଦେଶର ୨୫ଟି ସ୍ଥାନରେ ଚଢ଼ାଉ କରାଯାଉଛି।
 
ମିଳିଥିବା ସୂଚନା ଅନୁଯାୟୀ, ସିବିଆଇର ୬ଟି ଟିମ୍‌ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା,  ଏକାଡେମି ଅଫ୍‌ ବିଜ୍‌ନେସ ଆଡମିନିଷ୍ଟ୍ରେସନ୍‌ର  ନିର୍ଦ୍ଦେଶକ ଯୁଗୋଳ କିଶୋର ମୋରେ, ସୁଧାସିନ୍ଧୁ  ପଣ୍ଡା, ବିଜେପି ନେତା ସନ୍ତୋଷ ଖଟୁଆଙ୍କ ଘରେ ସିବିଆଇ ପକ୍ଷରୁ ଗୁରୁବାର ରେଡ୍‌ କରାଯାଇଛି।