24 September 2017
10:41:19 AM
Sambad News
ରାଜ୍ୟ

ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

By Sambad | Date: Aug 15 2017 1:18PM
ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ସମେତ ସମଗ୍ର ଜିଲ୍ଲା ମୁଖ୍ୟାଳୟ, ବ୍ଲକ୍‌ ମୁଖ୍ୟାଳୟରେ ୭୧ତମ ସ୍ୱାଧୀନତା ଦିବସ ବେଶ୍‌ ଉତ୍ସାହ ଉଦ୍ଦୀପନ୍ନ ମଧ୍ୟରେ ପାଳିତ ହୋଇଛି।  ଭୁବନେଶ୍ୱର  ମହାତ୍ମାଗାନ୍ଧି ରୋଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିବା ବେଳେ କଟକର ବାରବାଟୀ ଷ୍ଟାଡିୟମରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପତାକା ଉତ୍ତୋଳନ କରିଥିଲେ। 
ସମ୍ବଲପୁର ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଏ ଜାତି ଚୀର ଦିନ ମନେ ରଖିବ ବୋଲି କହିଛନ୍ତି।
ପୁରୀ ଶରଧାବାଲିରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମନ୍ତ୍ରୀ ଦାମୋଦର ରାଉତ ଜାତୀୟପତାକା ଉତ୍ତୋଳନ କରିବା ସହିତ  ଭାରତ ବର୍ଷର ସମସ୍ତ ରାଜ୍ୟ ଏକ ହେଲେ ଏକ ସମୃଦ୍ଧ ଭାରତ ଗଠନ ସଫଳ ହେବ ବୋଲି କହିଛନ୍ତି।
ନବରଙ୍ଗପୁର ଜିଲ୍ଲା ଷ୍ଟାଡିୟମରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଜାତୀୟ ପତାକା ଉତ୍ତୋଳନ କରି କହିଛନ୍ତି ଯେ ରାଜ୍ୟରେ ଶିକ୍ଷା, ଜଳ ସେଚନ ଓ ମହିଳା ବିକାଶ ପ୍ରତି ସରକାର ସଚେତନ।
ବରଗଡ ଜଜ୍‌ ହାଇସ୍କୁଲ ପଡିଆଠାରେ ଆୟୋଜିତ ଜିଲ୍ଲାସ୍ତରୀ ସ୍ୱାଧୀନତା ଦିବସ ଉତ୍ସବରେ ମନ୍ତ୍ରୀ ନୃସିଂହ ସାହୁ ଜାତୀୟ ପତାକା ଉତ୍ତୋଳନ କରି ଦେଶ ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ମନେ ପକାଇବା ସହ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କେନ୍ଦୁଝର ଠାରେ ମନ୍ତ୍ରୀ ସୁଶାନ୍ତ ସିଂହ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ରାଉରକେଲାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ଜିଲ୍ଲାପାଳ ବିତ୍ନ ଭରଦ୍ୱାଜ ପତାକା ଉତ୍ତୋଳନ କରିଛନ୍ତି । ସେହିପରି ବାଲେଶ୍ୱର ଠାରେ ମନ୍ତ୍ରୀ ଶଶୀଭୂଷଣ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଭଦ୍ରକ ଠାରେ ମନ୍ତ୍ରୀ ଉଷା ଦେବୀ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ଖୋର୍ଦ୍ଧା ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ  ଆରଡିସି ଏ ବି ଓତା ଜାତୀୟ ପତାକା ଉତ୍ତୋଳନ କର ମିଳିତ ପରେଡ୍‌ର ଅଭିବାଦନ ଗ୍ରହଣ କରିଛନ୍ତି। କେନ୍ଦ୍ରାପଡ଼ାଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ ଜିଲ୍ଲାପାଳ ରଘୁ ଜୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

image