24 September 2017
10:39:26 AM
Sambad News
ସୁନ୍ଦରଗଡ଼

ରାଉରକେଲା: ନିଆଁରେ ପୋଡ଼ି ହୋଇ ପରିବାରର ୪ ଗୁରୁତର

By Sambad | Date: Jul 31 2017 2:03PM
ରାଉରକେଲା: ନିଆଁରେ ପୋଡ଼ି ହୋଇ  ପରିବାରର ୪ ଗୁରୁତର

ରାଉରକେଲା: ଆଜି ମଧ୍ୟାହ୍ନରେ  ରୋଷେଇ ବେଳେ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିବାରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ  ଆଇଜଏଚ୍‌ ବର୍ଣ୍ଣ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ,  ଟାଙ୍ଗରପଲ୍ଲୀ ଥାନା ଅନ୍ତର୍ଗତ ଇନ୍ଦିରାବସ୍ତିରେ ରହୁଥିବା ସୁରେଶ ତ୍ରିପାଠୀଙ୍କ ଘରେ ଥିବା ରନ୍ଧନଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହେବାରୁ ତାଙ୍କ ପତ୍ନୀ ସୁଚରିତା ତ୍ରିପାଠୀ ଚୁଲିରେ ରୋଷେଇ କରୁଥିଲେ। ମାତ୍ର ହଠାତ ସିଲିଣ୍ଡରରୁ ଗ୍ୟାସ ବାହାରି ସମଗ୍ର ଘରକୁ ଘେରିଯାଇଥିଲା। ଫଳରେ  ଘର ଭିତରେ ଥିବା ଶ୍ରୀ ତ୍ରିପାଠୀ, ତାଙ୍କ ପତ୍ନୀ ସୁଚରିତା, ଦୁଇ ଝିଅ ସୁଚୀ ଓ ପ୍ରାଚୀ ଗୁରୁତର ଭାବେ ନିଆଁରେ ପୋଡି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରିଛନ୍ତି।

image