24 September 2017
10:37:18 AM
Sambad News
ରାଜ୍ୟ

ରାଉରକେଲା: ସିବିଆଇ ପକ୍ଷରୁ ୫ଟି ସ୍ଥାନରେ ଚଢ଼ାଉ

By Sambad | Date: Aug 8 2017 6:43PM
ରାଉରକେଲା: ସିବିଆଇ ପକ୍ଷରୁ ୫ଟି ସ୍ଥାନରେ ଚଢ଼ାଉ

ରାଉରକେଲା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ରାଉରକେଲା ସହରର ପ୍ରତିଷ୍ଠିତ ବ୍ୟବସାୟୀ ସୁରେନ୍ଦ୍ର ଦୁଆଙ୍କ ଘରେ ମଙ୍ଗଳବାର ଚଢ଼ାଇ କରିଛି। ସିବିଆଇ ପକ୍ଷରୁ ସହରର ଆହୁରି ୫ଟି ସ୍ଥାନରେ ରେଡ୍‌ କରାଯାଇଥିବା ଜଣାପଡ଼ିଛି। ଦୁର୍ଗାପୁର ଓ ରାଉରକେଲା ସମେତ ୫ଟି ସ୍ଥାନରେ ଏହି ଚଢାଉ ହୋଇଛି। ରାଉରକେଲାର ଷ୍ଟିଲ ପ୍ଲାଂଟର ପୂର୍ବତନ ନିର୍ବାହୀ ନିର୍ଦେଶକ ଭୁବନେଶ୍ୱର ପ୍ରସାଦ ବର୍ମାଙ୍କ ଘରେ ମଧ୍ୟ ସିବିଆଇ ଟିମ୍‌ ଛାନଭିନ୍‌ ଜାରି ରଖିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଉଛି। ତେବେ ପୂର୍ବରୁ ଲାଂଚ କାରବାର ଘଟଣାରେ ଗିରଫ ହୋଇଥିଲେ ଭୁବନେଶ୍ୱର ପ୍ରସାଦ ବର୍ମା।
ସହରର ଜଣାଶୁଣା ଦୁଆ କମ୍ପାନୀର ମାଲିକାନାରେ ଥିବା ୨ଟି ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ତାଙ୍କ ସିଭିଲ ଟାଉନସିପସ୍ଥିତ ବାସଭବନ ସମେତ ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟର ଇଡି ଭୁବନେଶ୍ୱର ପ୍ରସାଦ ବର୍ମାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ସିବିଆଇ ଏକକାଳୀନ ଚଢ଼ାଉ ଜାରି ରଖିଛି। ଆର୍‌ଏସପିର ଇଡି ପଦବୀରେ ଥିବାବେଳେ ବି ପି ବର୍ମାଙ୍କୁ ଲାଞ୍ଚନେବା ଅଭିଯୋଗରେ ସିବିଆଇ ଗିରଫ କରିଥିଲା। ସେତେବେଳେ ତାଙ୍କ ବାସଭବନରୁ ୨୦ଲକ୍ଷ ନୂଆ ୨ହଜାର ଟଙ୍କା ମଧ୍ୟ ଜବତ ହୋଇଥିଲା। ଗତକାଲି ଭୁବନେଶ୍ୱର ସିବିଆଇ ପକ୍ଷରୁ ବର୍ମାଙ୍କ ବିରୋଧରେ ଏକ ଆୟବର୍ହିଭୂତ ମାମଲା ରୁଜ୍ଜୁ ହେବାପରେ ଆଜି  ଏହି ଚଢ଼ାଉ କରିଥିବା ସୂଚନା ମିଳିଛି।
 

image