23 May 2017
6:39:12 AM
image
Sambad News
ଅନୁଗୁଳ

ବିଷମିଶ୍ରିତ ଚୁଡ଼ା ଖାଇ ଭଉଣୀ ମୃତ, ଭାଇ ଗୁରୁତର

By Sambad | Date: Jan 9 2017 1:16PM
ବିଷମିଶ୍ରିତ ଚୁଡ଼ା ଖାଇ ଭଉଣୀ ମୃତ, ଭାଇ ଗୁରୁତର

ଅନୁଗୁଳ: ବିଷମିଶ୍ରିତ ଚୁଡ଼ା ଖାଇ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଇ ଗୁରୁତର ଭାବେ ଅସୁସ୍ଥ ହୋଇ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ୍‌ ମାତଳିଆ ପୋଲ ନିକଟରେ ବଡ଼କେରା ଗ୍ରାମର ପ୍ରାଣବନ୍ଧୁ ସାହୁଙ୍କର ଏକ ଫାର୍ମ ହାଉସ ଅଛି। ଏହି ଫାର୍ମ ହାଉସରେ ଜରପଡ଼ା ଥାନା ଓଗି ଗ୍ରାମର ମୋହନ ପଧାନ ପରିବାର ସହିତ ରହି କାର୍ଯ୍ୟ କରନ୍ତି। ତେବେ ଆଜି ସକାଳେ ସ୍ୱାମୀ ସ୍ତ୍ରୀ  ଫାର୍ମରେ କାମ କରୁଥିବା ବେଳେ ପକ୍ଷୀଙ୍କୁ  ଦେବା ପାଇଁ ରଖାଯାଇଥିବା କୀଟନାଶକ ମିଶାଚୁଡ଼ାକୁ  ଦୁଇ ବର୍ଷର ଝିଅ ସୋନାଲୀ ପଧାନ ଓ ୫ ବର୍ଷର ପୁଅ ଅମୁଲ୍ୟ ପଧାନ  ଖାଇ ଦେଇଥିଲେ। କିଛି ସମୟ ପରେ ସେମାନେ ଅସୁସ୍ତ ହୋଇପଡ଼ିଥିଲେ। ଘରକୁ ଫେରି  ପୁଅଝିଅଙ୍କ ଅବସ୍ଥା ଦେଖି ମୋହନ ସେମାନଙ୍କୁ ଧରି ଅନୁଗୁଳ ଡାକ୍ତରଖାନାକୁ ଆସିଥିଲେ। ଡାକ୍ତରଖାନରେ ସୋନାଲିଙ୍କର ମୃତ୍ୟୁ ଘଟିଥିବା ବେଳେ ଅମୂଲ୍ୟଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି।

image