28 February 2017
9:20:03 AM
Sambad News
ଅନୁଗୁଳ

୩ କୋଟିର ଗଞ୍ଜେଇ ଗଛ ପୋଡ଼ାଗଲା

By Sambad | Date: Dec 23 2016 2:48AM
୩ କୋଟିର ଗଞ୍ଜେଇ ଗଛ ପୋଡ଼ାଗଲା

ଅନୁଗୁଳ : ଅନୁଗୁଳ ବ୍ଲକ୍‌ ତଥା ପୁରୁଣାକୋଟ ଥାନାର କନ୍ଧକୋଇଲି ଅଞ୍ଚଳରେ ଆଜି ପୁଲିସ ଚଢ଼ଉ କରି ୩ କୋଟି ଟଙ୍କାରୁ ଅଧିକ  ମୂଲ୍ୟର ଗଞ୍ଜେଇ ଗଛକୁି ପୋଡ଼ି ନଷ୍ଟ କରାଯାଇଛି। ଏସ୍‌ପି କବିତା ଜଲାନ୍‌ଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୯ ଏକର ପରିମିତ ଜମିରେ ୧୧ଟି ପ୍ଲଟ୍‌ରେ ଚାଷ ହୋଇଥିବା ୩୨ ହବଜାର ଗଞ୍ଜେଇ ଗଛ ସବୁ କାଟି ନିଆଁ ଲଗାଇ ଦିଆଯାଇଥିଲା। ନଷ୍ଟ ଗଞ୍ଜେଇର ମୂଲ୍ୟ ୩.୨ କୋଟି ହେବ ବୋଲି ଅନୁମାନ କରାଯାଉଛି। ଏତେ ବ୍ୟାପକ ଅଞ୍ଚଳରେ ବେଧଡ଼କ ଗଞ୍ଜେଇ ଚାଷ ହୋଇ ଅମଳ ହେବାକୁ ବସିଥିଲେ ମଧ୍ୟ ଅବକାରୀ ବିଭାଗ କି ଜଙ୍ଗଲ ବିଭାଗ ନଜରରେ ନପଡ଼ିବା ସନ୍ଦେହ ସୃଷ୍ଟି କରିଛି। କନ୍ଧକୋଇଲି ଦେଇ ମାଓବାଦୀ ଯାତାୟାତ କରୁଥିବାରୁ ସ୍ଥାନୀୟ ପୁଲିସ, ଅବକାରୀ ଓ ବନ ବିଭାଗର କର୍ମଚାରୀ ଏ ଅଞ୍ଚଳ ପ୍ରତି ଆଖି ବୁଜି ଦେଇଥିବାରୁ ଗଞ୍ଜେଇ ଚାଷୀଙ୍କୁ ବେଶ୍‌ ସୁହାଇଛି ବୋଲି କୁହାଯାଉଛି।