23 February 2017
8:15:48 AM
Sambad News
ଅନୁଗୁଳ

ଠିକାଦାରଙ୍କ ମେସିନ୍‌ ପୋଡ଼ିଲେ ଦୁର୍ବୃତ୍ତ

By Sambad | Date: Dec 26 2016 10:20PM
ଠିକାଦାରଙ୍କ ମେସିନ୍‌ ପୋଡ଼ିଲେ ଦୁର୍ବୃତ୍ତ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍‌ ଲୁଣହାର ଗ୍ରାମରେ ରାସ୍ତା ନିର୍ମାଣ କରୁଥିବା ଜଣେ ଠିକାଦାରଙ୍କ ଦୁଇଟି ମେସିନ୍‌କୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ଏ ନେଇ ରାମଚନ୍ଦ୍ରପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଦୁର୍ବୃତ୍ତମାନଙ୍କର ପତ୍ତା ମିଳିନାହିଁ।  
 
ମିଳିଥିବା ସୂଚନା ଅନୁଯାୟୀ, ସୁଆଁପଦାରୁ ଲୁଣହାର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା କାମକୁ ଠିକାଦାର ଲକ୍ଷ୍ମୀଧର ମିଶ୍ର ଟେଣ୍ଡର ନେଇଥିଲେ। ଗତକାଲି ରାତି ସାଢେ ୧୨ଟାରେ ଏକ ବୋଲେରୋରେ ୮ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ସୁପରଭାଇଜରଙ୍କୁ ଧମକ ଦେବା ସହିତ ରାସ୍ତା କାମ ପାଇଁ ଥିବା ଭାଇବ୍ରେଟର୍‌ ଓ ଜେସିବିରେ ନିଆଁ ଲଗାଇ ଦେଇଥିଲେ। ଏଥି ସହିତ ଶତାଧିକ ସିମେଣ୍ଟ ବସ୍ତାକୁ ମଧ୍ୟ ଲୁଟି ନେଇଥିଲେ। ଏ ନେଇ ଠିକାସଂସ୍ଥାର ସୁପରଭାଇଜର ରାମଚନ୍ଦ୍ର ବେହେରା ରାମଚନ୍ଦ୍ରପୁର ଥାନାରେ ଏତଲା ଦେଇଛନ୍ତି। 
 
ଚୋରି ହୋଇଥିବା ସିମେଣ୍ଟ ମଧ୍ୟରୁ ୬୮ ବସ୍ତା ପୁଲିସ୍‌ ଜଣେ ବ୍ୟକ୍ତିଙ୍କ ଘରୁ ଉଦ୍ଧାର କରିଛି। ଠିକାଦାର ଲକ୍ଷ୍ମୀଧର ମିଶ୍ର କହିଛନ୍ତି ଯେ, ରାସ୍ତା କାମ ପାଇଁ ତାଙ୍କୁ ଶାସକ ଦଳ ପକ୍ଷରୁ ବହୁ ହଇରାଣ କରାଯାଉଛି। ଏହି କାଣ୍ଡ ପଛରେ ଶାସକ ଦଳର ଗୁଣ୍ଡାଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି।