22 February 2017
10:53:53 PM
Sambad News
ଅନୁଗୁଳ

ଗାଡ଼ି ଧକ୍‌କାରେ କମ୍ପାନି କର୍ମଚାରୀମୃତ

କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

By Sambad | Date: Dec 31 2016 11:51AM
ଗାଡ଼ି ଧକ୍‌କାରେ କମ୍ପାନି କର୍ମଚାରୀମୃତ

ତାଳଚେର: ତାଳଚେର ବ୍ଲକ୍‌ ଜଗନ୍ନାଥ କୋଇଲା ଖଣି ରେଳ ସାଇଡିଂ ନିକଟରେ ଗତକାଲି ରାତିରେ ଅଜଣା ଗାଡ଼ି ଧକ୍‌କାରେ ଘରୋଇ କମ୍ପାନି ‘ଅର୍‌ବିଟ୍‌’ର କର୍ମଚାରୀ ରମେଶ ପଲେଇ(୨୭)ଙ୍କର ପ୍ରାଣହାନି ଘଟିଛି। ତାଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଓ ନିଯୁକ୍ତି ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟାବେଳେ ରମେଶ ଡ୍ୟୁଟି କରିବା ପାଇଁ ଗୁରୁଦ୍ୱାର ସ୍ଥିତ ତାଙ୍କ ବସାରୁ ମଟରସାଇକେଲ୍‌ରେ  ଯାଉଥିଲେ। ଜଗନ୍ନାଥ ଖଣିର ଏକ ଓ ଦୁଇ ନମ୍ବର ରେଳ ସାଇଡିଂ ନିକଟରେ ଅଜଣା ଗାଡ଼ି ଧକ୍‌କାରେ ସେ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିଲେ।

କିଛି ସମୟ ପରେ ଏମ୍‌ସିଏଲ୍‌ର ଜଣେ କର୍ମଚାରୀ ତାଙ୍କୁ ଉଦ୍ଧାର କରି କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପ୍ରଚାରିତ ହେବା ପରେ କ୍ଷତିପୂରଣ ଓ ନିଯୁକ୍ତି ଦାବି କରି ତାଳଚେର ସୁରକ୍ଷା ମଞ୍ଚ ଏବଂ ଏମ୍‌ସିଏଲ୍‌ ଠିକା ଶ୍ରମିକ ସଂଘ ପକ୍ଷରୁ କୋଇଲା ପରିବହନ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ଏମ୍‌ସିଏଲ୍‌ର ଜଗନ୍ନାଥ, ଅନନ୍ତ, ଭୁବନେଶ୍ୱରୀ କୋଇଲା ଖଣିରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ଘଟଣାସ୍ଥଳରେ ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀ, ତାଳଚେର ସୁରକ୍ଷା ମଞ୍ଚର ସଭାପତି ମୁରଲୀଧର ସାହୁ, ଠିକା ଶ୍ରମିକ ସଂଘର ସଂପାଦକ ନରହରି ସାହୁ, ଏସ୍‌ଡିପିଓ କୌଳାସ ଚନ୍ଦ୍ର ପରିଡ଼ା, କଲିୟରୀ ଥାନା ଅଧିକାରୀ ପ୍ରଶାନ୍ତ ପାତ୍ର ପ୍ରମୁଖ ପହଞ୍ଚିଥିଲେ। ଆଜି ରାତି ୯ଟାବେଳେ ଏମ୍‌ସିଏଲ୍‌ ପକ୍ଷରୁ ମୃତକଙ୍କ ଦାୟାଦଙ୍କୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ସହ ସୁରକ୍ଷା କର୍ମୀ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ଓ ଖଣି କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।