27 March 2017
12:20:15 AM
Sambad News
ଅନୁଗୁଳ

୧୦ ବଖରା ଜଳିଗଲା

By Sambad | Date: Jan 7 2017 11:57AM
୧୦ ବଖରା ଜଳିଗଲା

ହିନ୍ଦୋଳ,: ହିନ୍ଦୋଳ ଉପଖଣ୍ଡ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଅପରାହ୍ଣ ପ୍ରାୟ ୩ଟା ବେଳେ ହଠାତ୍‌ ଏହି ଅଗ୍ନିକାଣ୍ଡ ଘଟଥିଲା। ଏଥିରେ ଗ୍ରାମର ରବିନାରାୟଣ ସାହୁଙ୍କ ୨ ବଖରା, ସରସ୍ୱତୀ ସାହୁଙ୍କ ୩ ବଖରା ଏବଂ ପ୍ରତାପ ସାହୁଙ୍କ ୬ ବଖରା ଏପରି ମୋଟ ୧୦ ବଖରା ଘର ପୋଡ଼ିିଯାଇଛି। ଖବର ପାଇ ହିନ୍ଦୋଳ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନି ବିପନ୍ନଙ୍କର ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଆକଳନ କରାଯାଇଛି । ହିନ୍ଦୋଳ ପ୍ରଶାସନ ପକ୍ଷରୁ ନିଜିଗଡ଼ ରାଜସ୍ୱ ନିରୀକ୍ଷକ ଗ୍ରାମରେ ପହଞ୍ଚି ଆବଶ୍ୟକ ସରକାରୀ ସହାୟତା ଯୋଗଇ ଦେଇଥିବା ଜଣାଯାଇଛି ।