28 April 2017
3:59:09 AM
image
Sambad News
ରାଜ୍ୟ

ଝିଅର ଶବ କାନ୍ଧରେ ବୋହିବା ଘଟଣା : ଏସ୍‌ଡିଏମ୍‌ଓ, ଡାକ୍ତର ନିଲମ୍ବିତ

By Sambad | Date: Jan 8 2017 1:56AM
ଝିଅର ଶବ କାନ୍ଧରେ ବୋହିବା ଘଟଣା : ଏସ୍‌ଡିଏମ୍‌ଓ, ଡାକ୍ତର ନିଲମ୍ବିତ

ଅନୁଗୁଳ : ପାଳଲହଡ଼ା ବ୍ଲକ୍‌ ପେଚାମୁଣ୍ଡି ଗାଁର ରଥୀ ଧୀବର ନିଜ ଝିଅର ଶବ କାନ୍ଧେଇ ଡାକ୍ତରଖାନାରୁ ଦୀର୍ଘ ୧୫ କିଲୋମିଟର ଦୂର ଗାଁକୁ ନେବା ଘଟଣାରେ ଆଜି ଏସ୍‌ଡିଏମ୍‌ଓ (ଉପଖଣ୍ଡ ଚିକିତ୍ସା ଅଧିକାରୀ) ଡା.ପ୍ରତାପ ଚନ୍ଦ୍ର ମହାନ୍ତି ଓ ବରିଷ୍ଠ ଚିକିତ୍ସାଧିକାରୀ ଡା.ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ସରକାର ନିଲମ୍ବିତ କରିଛନ୍ତି।  
 
ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ପେଚାମୁଣ୍ଡି ଗ୍ରାମର ରଥୀ ମସ୍ତିଷ୍କ ମ୍ୟାଲେରିଆରେ ପୀଡ଼ିତ ନିଜର ଝିଅ ସୀମା (୬)କୁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଥିଲେ। ଆମ୍ବୁଲାନ୍‌ସ ସେବା ନମିଳିବାରୁ ଅଟୋ ଭଡ଼ା କରି ଝିଅକୁ ଗାଁ’ରୁ ଡାକ୍ତରଖାନା ଆଣିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲା। ରଥୀଙ୍କର ଗାଡ଼ି ଭଡ଼ା କରିବାର ସାମର୍ଥ୍ୟ ନଥିବାରୁ ଝିଅର ଶବକୁ କାନ୍ଧେଇ ୧୫ କିଲୋମିଟର ଦୂର ନିଜ ଗାଁ’କୁ ଯାଇଥିଲେ। ଉପଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ୍‌ ଆଧାରରେ ଜିଲ୍ଲାପାଳ ଅନୀଲ କୁମାର ସାମଲ ଗତ ୪ ତାରିଖରେ ଏସ୍‌ଡିଏମ୍‌ଓ ଡା.ମହାନ୍ତିଙ୍କୁ କୈଫିୟତ ତଲବ କରିବା ସହିତ କନିଷ୍ଠ ପରିଚାଳିକା ରୀତାଞ୍ଜଳି ସ୍ୱାଇଁଙ୍କୁ ନିଲମ୍ବନ ଓ ସୁରକ୍ଷା କର୍ମୀ ନିରାକାର ନାଏକଙ୍କୁ ବହିଷ୍କାର ଆଦେଶ ଦେଇଥିଲେ।

image