29 March 2017
10:49:01 AM
Sambad News
ବଲାଙ୍ଗୀର

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

By Sambad | Date: Dec 27 2016 5:03AM
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ଦେଓଗାଁ: ଦେଓଗାଁ ବ୍ଲକ ବନ୍ଧପଡ଼ା ଫାଣ୍ଡିର ଦେଷଣ୍ଢ ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତକ ଜଣକ ହେଲେ ସୁଧୀର ବେରିଆ(୪୦)। ସୁନ୍ଦରଗଡ ଜିଲ୍ଲାର ମୂଳ ବାସିନ୍ଦା ସୁଧୀରଙ୍କ ଶାଶୁଘର ଦେଷଣ୍ଢରେ। ୨୦୧୪ ମସିହାରେ ଏକ ବାଇକ୍‌ ଚୋରି ମାମଲାକୁ ନେଇ ସେହି ଗାଁର ବିପିନ ବିହାରୀ ନାଏକଙ୍କ ସହ ବିବାଦ ଥିଲା ସୁଧୀରର। ସୁଧୀର ନାଁରେ ବିପିନ ବାଇକ୍‌ ଚୋରି ଅଭିଯୋଗ କରିଥିଲେ ବନ୍ଧପଡ଼ା ଥାନାରେ।

ଏହାକୁ ନେଇ ସୁଧୀର ଓ ବିପିନଙ୍କ ମଧ୍ୟ ସଂପର୍କ ଭଲ ନଥିଲା। ସୋମବାର ସକାଳେ ବିପିନଙ୍କ ଘର ବାଡି ପଛପଟେ ସୁଧୀରର ଶବ ପଡିଥିଲା। ଅନ୍ୟପଟେ ବିପିନ ବନ୍ଧପଡ଼ା ଫାଣ୍ଡିରେ ଆତ୍ମ ସମର୍ପଣ କରିଥିଲା। ବନ୍ଧପଡ଼ା ପୁଲିସ ଶବ ଜବତ କରି ଏକ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି। ମୃତକର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ସୁଧୀର ହତ୍ୟାକାଣ୍ଡରେ କେବଳ ବିପିନ ନୁହେଁ, ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।  ପୁଲିସ ଏଦିଗରେ ତଦନ୍ତ କରି ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ସଂପୃକ୍ତି ରହିଛି କି ନାହିଁ ତାହା ବାହାର କରୁ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।