27 March 2017
12:27:25 AM
Sambad News
ବଲାଙ୍ଗୀର

ଧାନ ବୋଝେଇ ମିନି ଟ୍ରକ୍‌- ମୋପେଡ୍‌ ଧକ୍କା, ମହିଳା ମୃତ

By Sambad | Date: Dec 27 2016 11:45PM
ଧାନ ବୋଝେଇ ମିନି ଟ୍ରକ୍‌- ମୋପେଡ୍‌ ଧକ୍କା, ମହିଳା ମୃତ

ପୁଇଁତଳା : ପୁଇଁତଳା ବ୍ଲକ ଅନ୍ତର୍ଗତ ଜାମଗାଁ ଅଙ୍କରିଆପଦର  ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଧାନ ବୋଝେଇ ମିନିଟ୍ରକ୍‌ (ଓଆର- ୦୩ ବି୨୫୧୯)  ଓ ଏକ ଟିଭିଏସ୍‌ ମୋପେଡ୍‌ (ଓ ଆର ୦ ୩ ଏଚ୍‌ ୭୯୯୫) ମଧ୍ୟରେ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଟ୍ରକ୍‌ଟି ସାତମାଇଲ୍‌ ପଟୁ ଆସୁଥିବା ବେଳେ ବହଲପଦର ଟଙ୍କଧର ମେଶ୍ୱା ତାଙ୍କ ଶାଶୂକୁ ପାନି କର୍ମ(୫୦)ଙ୍କୁ ନେଇ ବଲାଙ୍ଗୀର ଆସୁୁଥିଲେ। ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ପାନିଙ୍କ ମୃତ୍ୟୁ ଘଟିଥିଲା। ପାନିଙ୍କ ଘର ରାମସିଂହାର ବୋଲି ଜଣାଯାଇଛି।

ଜ୍ୱାଇଁ ଟଙ୍କଧର ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ପୁଇଁତଳା ଥାନାର ଏଏସ୍‌ଆଇ କାମସିଂ ମାଝୀ, କ୍ଷୀରସିନ୍ଧୁ ମାଝୀ ଓ ଦେବାର୍ଚ୍ଚନ ମାଝୀ  ଘଟଣାସ୍ଥଳରେ ପହଞ୍ଚି ଗାଡି ସହ ମୃତ ଶବକୁ ଜବତ କରି ଥିଲେ। ପୁଇଁତଳା ତହସିଲଦାର ଗୁଣନିଧି ସୁନାନି ରେଡକ୍ରସ ପକ୍ଷରୁ ମୃତ ପରିବାରକୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।