24 February 2017
10:36:03 PM
Sambad News
ବଲାଙ୍ଗୀର

ଟ୍ରେନରୁ ପଡ଼ି ଜଣେ ମୃତ

By Sambad | Date: Dec 29 2016 1:23AM
ଟ୍ରେନରୁ ପଡ଼ି ଜଣେ ମୃତ
Photo by : sambad.in

ଟିଟିଲାଗଡ଼ : ବୁଧବାର ଟିଟିଲାଗଡ଼ ରେଳ ଷ୍ଟେସନ ନିକଟରେ ଟ୍ରେନରୁ ପଡ଼ି ଖୋଲାନ ଗାଁର ଧୁବା ନାୟକ (୫୮)ଙ୍କ ମୃତ୍ୟୁ ହୋଇଛି। ରେଳବାଇ ପୁଲିସ ଏହାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି। ଧୁବା ନାୟକ କୌଣସି କାମରେ ବଲାଙ୍ଗୀର ଯାଇଥିଲେ। ସେ ସମ୍ବଲପୁର ଜୁନାଗଡ଼ ରୋଡ ପାସେଞ୍ଜର ଟ୍ରେନରେ ବଲାଙ୍ଗୀରରୁ ଫେରୁଥିବା ବେଳେ ଅସାବଧାନତା ବଶତଃ ଟିଟିଲାଗଡ଼ ରେଳ ଷ୍ଟେସନରୁ ପ୍ରାୟ ୫ଶହ ମିଟର ଦୂରରେ ଟ୍ରେନରୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ଡାହାଣ ଗୋଡ ଜଙ୍ଘ ନିକଟରୁ କଟି ଯାଇଥିବା ବେଳେ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ ଆଘାତ ଲାଗିଥିଲା। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। 

 
ଖବର ପାଇ ରେଳବାଇ ପୁଲିସ ଶବ ଜବତ କରି କେଶ ନଂ ୨୯/୧୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତକଙ୍କ ନିକଟରୁ ପୁଲିସ ଗୋଟିଏ ଟିକେଟ, ୪୫୦ ଟଙ୍କା, ଗୋଟିଏ ଘଡି ତଥା ଗୋଟିଏ ରୁମାଲ ଜବତ କରିଛି।