20 August 2017
11:26:36 AM
Sambad News
ବଲାଙ୍ଗୀର

ଶିକ୍ଷୟତ୍ରୀଙ୍କ ନିର୍ଯାତନା ସହି ନପାରି ଛାତ୍ର ମୃତ

By Sambad | Date: Dec 29 2016 3:01AM
ଶିକ୍ଷୟତ୍ରୀଙ୍କ ନିର୍ଯାତନା ସହି ନପାରି ଛାତ୍ର ମୃତ
Photo by : timesofindia.indiatimes.com

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ କମେଇମୁଣ୍ଡା ପଞ୍ଚାୟତ ପଖନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ନିର୍ଯାତନା ସହି ନପାରି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଏହି ଗାଁର ରଘୁନାଥ ମାଝୀଙ୍କ ପୁଅ ପ୍ରଦୀପ ସିଜିନାଲ ହଷ୍ଟେଲରେ ରହି ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ଗତ ମାସ ୨୨ ତାରିଖ ଦିନ ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ କୁନି ସାହୁଙ୍କ ୬୦ ଟଙ୍କା ଚୋରି ହୋଇଥିଲେ। ଫଳରେ ସେ ଛାତ୍ରଛାତ୍ରୀଙ୍କୁ ବଗବାହାଲ ଦୁର୍ଗା ମନ୍ଦିରକୁ  ନେଇ ନଡ଼ିଆ- ଚାଉଳ ଧରି ଶପଥ କରାଇଥିଲେ। ‘ଟଙ୍କା ନେଇଥିଲେ ଝାଡ଼ାବାନ୍ତି ହୋଇ ମରିଯିବୁ’ ବୋଲି ପିଲାମାନେ ଶପଥ କରିଥିଲେ। 

 
କିଛି ସମୟ ପରେ ପ୍ରଦୀପଙ୍କ ଦେହ ବିଗିଡ଼ି ଥିଲା। ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତିି କରାଯାଇ ଥିଲା। ତଥାପି ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ନହେବାରୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିଲା। ଶେଷରେ ଗତ ୨୫ ତାରିଖ ଦିନ ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା। ଶିକ୍ଷୟିତ୍ରୀଙ୍କ ମାନସିକ ନିର୍ଯାତନା ସହି ନ ପାରି ପ୍ରଦୀପଙ୍କ ମୃତ୍ୟୁ ଘଟିଛି ବୋଲି ତାଙ୍କ ବାପା ବୁଧବାର ତୁରେକେଲା ବିଇଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି।