28 June 2017
9:27:26 PM
image
Sambad News
ବଲାଙ୍ଗୀର

ମଠଖାଇ ମହୋତ୍ସବ ପୂର୍ବରୁ ବାଇକ ରାଲି

By Sambad | Date: Dec 29 2016 10:26AM
ମଠଖାଇ ମହୋତ୍ସବ ପୂର୍ବରୁ ବାଇକ ରାଲି

ବଲାଙ୍ଗୀର: ଆସନ୍ତା ୨ ତାରିଖରୁ ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡ଼ିଆରେ ଅଗ୍ରଣୀ ସଂଗଠନ ଭୂମିକା ପକ୍ଷରୁ ସର୍ବଭାରତୀୟ ନାଟ୍ୟ ମହୋତ୍ସବ ମଠଖାଇ ଆୟୋଜନ ହେବ। ଏହି ଅବସରରେ ଆଜି ବଲାଙ୍ଗୀର କୋଶଳ କଳାମଣ୍ଡଳରୁ ଏକ ବାଇକ୍‌ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ମଠଖାଇ ସର୍ବଭାରତୀୟ ନାଟ୍ୟ ମହୋତ୍ସବର ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ବାଇକ୍‌ ଶୋଭାଯାତ୍ରାକାରୀମାନେ କଳାମଣ୍ଡଳରୁ ବାହାରି ପେଲେସ୍‌ ଲାଇନ୍‌, ମହିଳା ମହାବିଦ୍ୟାଳୟ ରାସ୍ତା, କଲେଜ ଛକ ଦେଇ ସିଭିଲ୍‌ କୋର୍ଟ, କଚେରୀ ଛକ, ପାଟନା ଛକ, ପାଟନେଶ୍ୱରୀ ମନ୍ଦିର, ସମଲେଇ ମନ୍ଦିର, ଡେଲି ମାର୍କେଟ, ବିକ୍ରମ ଛକ, ପିପି ଏକାଡେମୀ ଛକ ଦେଇ କଳାମଣ୍ଡଳରେ ପହଞ୍ଚିଥିଲେ। ଏଥିରେ ୨୫ରୁ ଅଧିକ ସାଂସ୍କୃତିକ ଓ ସାମାଜିକ ସଂସ୍ଥାର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ। ଏଥିସହିତ ୨ତାରିଖରୁ ହେବାକୁ ଥିବା ମହୋତ୍ସବର କାର୍ଯ୍ୟକ୍ରମ ପ୍ରଚାରପତ୍ର ମଧ୍ୟ ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଥିଲା। ଭୂମିକାର କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।