30 March 2017
12:08:04 PM
Sambad News
ବଲାଙ୍ଗୀର

ଗ୍ୟାସ ସିଲିଣ୍ଡର ଫାଟି ଜଣେ ଆହତ

By Sambad | Date: Jan 3 2017 5:49AM
ଗ୍ୟାସ ସିଲିଣ୍ଡର ଫାଟି ଜଣେ ଆହତ

ଦେଉଳପଦର: ସୋମବାର ସକାଳ ସାଢେ ୭ଟା ସମୟରେ ରନ୍ଧନ ଗ୍ୟାସ ସିଲିଣ୍ଡିର ଫାଟି ଯିବାରୁ ତରଭା ବ୍ଲକ୍‌ ଦେଉଳପଦର ଦଳିତ ପଡ଼ାର ସୁବଳ ବାଗଙ୍କ ଘରେ ରହୁଥିବା ଦୁର୍ଗାପାଲିର ସୁରଜ ସାଗର ନାଏକ ଆହତ ହୋଇଛନ୍ତି। ଶ୍ରୀ ନାଏକ ଚୁଲାରେ ଭାସ ବସାଇ ବାହାରକୁ ଯାଇଥିଲେ। ଫେରିଲା ବେଳକୁ ରେଗୁଲେଟରରେ ନିଆଁ ଲାଗି ଯାଇଥିଲା। ପରେ ସିଲିଣ୍ଡରଟି ଫାଟି ଯାଇଥିଲା। ଫଳରେ ଶ୍ରୀ ନାଏକଙ୍କ ବାମ କାନ ଓ ମୁଣ୍ଡର ବାଳ ପୋଡ଼ି ଯାଇଛି।

ଘରେ ଥିବା ବିଭିନ୍ନ ଆସବାବପତ୍ର ପୋଡ଼ି ଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳର ନିଆଁକୁ ଆୟତ୍ତ କରିଥିଲେ। ବିସ୍ଫୋରଣରେ ଘରର ଛାତ ଫାଟି ଯିବା ସହ କବାଟ ଝରକା ମଧ୍ୟ ଭାଙ୍ଗି ଯାଇଛି। ଖବର ପାଇ ମେଣ୍ଡା ରାଜସ୍ୱ ନୀରିକ୍ଷକ ବି. ପଧାନ, ତରଭା ବିଡିଓ ପ୍ରସନ୍ନ ପାଣ୍ଡେ ଘଟଣା ସ୍ଥଳରେ ପହଞ୍ଚି ଥିଲେ।