29 April 2017
8:57:11 AM
image
Sambad News
ବଲାଙ୍ଗୀର

ପୁଣି ଚାଷୀ ଫିଙ୍ଗିଲେ ପରିବା : ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସ ସାମନା ରାସ୍ତାରେ ଗଦା କଲେ

By Sambad | Date: Jan 5 2017 2:34AM
ପୁଣି ଚାଷୀ ଫିଙ୍ଗିଲେ ପରିବା : ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସ ସାମନା ରାସ୍ତାରେ ଗଦା କଲେ

ବଲାଙ୍ଗୀର : ପାର୍କିଂ ସମସ୍ୟାକୁ ନେଇ ବ୍ୟବସାୟୀଙ୍କ ଧାରଣା। ତିନି ଦିନ ହେଲା ବଲାଙ୍ଗୀର ଦୈନିକ ବଜାର ରହିଛି ବନ୍ଦ। ଦୋକାନୀମାନେ ବିକ୍ରିବଟା ଛାଡ଼ି ଦାବି ପୂରଣ ପାଇଁ ରାସ୍ତା କଡ଼ରେ ଧାରଣା ଦେଇଥିବା ବେଳେ ଚାଷୀ ମୁଣ୍ଡରେ ବି ବଜ୍ର ପଡ଼ିଛି। ସେମାନେ ପନିପରିବା ଦେବେ କାହାକୁ? ତିନି ଦିନ ହେଲା ଦୋକାନୀଙ୍କୁ ପନିପରିବା ବିକ୍ରି ନକରିି ଚାଷୀ ହେଉଥିଲେ ହଇରାଣ। ତେଣୁ ଆଜି ଅନ୍ୟ ଉପାୟ ନପାଇ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଚାଷୀମାନେ ବାଇଗଣ, ଫୁଲକୋବି, ଟମାଟୋ ଆଦି ପନିପରିବା ଫିଙ୍ଗି ଦେଇଥିଲେ। ପୁଲିସ ହସ୍ତକ୍ଷେପ କରି ପନିପରିବା ନଫିଙ୍ଗିବାକୁ ଚାଷୀଙ୍କୁ ତାଗିଦ୍‌ କରିଥିଲା। ପରିସ୍ଥିତିକୁ ହୃଦୟଙ୍ଗମ କରି ତୁରନ୍ତ ବଲାଙ୍ଗୀର ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀ ଧାରଣା ଦେଇଥିବା ଜୟ ମାଁ ବନଦୁର୍ଗା ଦୈନିକ ବଜାର ବ୍ୟବସାୟୀ ସଂଘର ସଦସ୍ୟମାନଙ୍କୁ ଡାକି ଆଲୋଚନା କରିଥିଲେ। ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ସ୍ୱାଭାବିକ ହୋଇଛି ପରିସ୍ଥିତି।

image