20 August 2017
11:40:34 AM
Sambad News
ବଲାଙ୍ଗୀର

୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ

By Sambad | Date: Jan 7 2017 10:18AM
୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ବଲାଙ୍ଗୀର: ଭୁବନେଶ୍ୱରରୁ ଆସୁଥିବା ଏକ ଘରୋଇ ବସ୍‌ରେ ଗଞ୍ଜେଇ ନେଇ ଆସୁଥିବା ବେଳେ ଛତିଶଗଡ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ବଲାଙ୍ଗୀର ଟାଉନ୍‌ ଥାନା ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ଘରୋଇ ବସ୍‌ଟି ଖରିଆରକୁ ଯାଉଥିଲା। ବୌଦ୍ଧରୁ ଦୁଇଜଣ ଯୁବକ ବସ୍‌ରେ ଚଢିଥିଲେ। ବସ୍ତା ରଖିଥିଲେ ଗାଡିରେ। କିନ୍ତୁ ବସ୍ତାକୁ ନେଇ ସନ୍ଦେହ ହୋଇଥିଲା ବସ୍‌ କର୍ମଚାରୀଙ୍କ ମଧ୍ୟରେ। ତେଣୁ ସେମାନେ ବସ୍‌ରୁ ଦୁଇ ଯୁବକଙ୍କୁ ଓହ୍ଲାଇ ଦେବା ସହ ବସ୍ତା ନେଇଯିବାକୁ କହିଥିଲେ।

ଅନ୍ୟପଟେ ପୁଲିସ ଏସଂପର୍କରେ ଖବର ପାଇଁ ଶୁକ୍ରବାର ସକାଳେ ସେଠାରେ ପହଞ୍ଚି ଦୁଇଜଣଙ୍କୁ ଅଟକ ରଖି ବସ୍ତା ତଲାସି କରିଥିଲା। ମାଜିଷ୍ଟ୍ରେଟ୍‌ ଶରତ ବହିଦାରଙ୍କ ଉପସ୍ଥିତିରେ ବସ୍ତା ଖୋଲା ଯିବାରୁ ସେଥିରେ ଗଂଜେଇ ଥିବା ଜଣାପଡିଥିଲା। ୧୫ କେଜି ଗଞ୍ଜେଇ ଥିବା ବେଳେ ଗିରଫ ଦୁଇ ଯୁବକ ହେଲେ ଛତିଶଗଡ ଜବଲପୁରର ମହିନ୍ଦ୍ର କୋରି ଓ ଧର୍ମେନ୍ଦ୍ର ଯାଦବ।