24 July 2017
8:16:27 AM
image
Sambad News
ବଲାଙ୍ଗୀର

ଆରପାରିରେ ପଣିକିଆ ଝିଅ ଆହ୍ଲାଦିନୀ

By Sambad | Date: Jan 9 2017 6:14AM
ଆରପାରିରେ ପଣିକିଆ ଝିଅ ଆହ୍ଲାଦିନୀ

ବଲାଙ୍ଗୀର : ସାଲେପାଲି ଜଗତ୍‌ବନ୍ଧୁ ବିଶ୍ୱଭାରତୀ ଶିକ୍ଷା ନିକେତନ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରୀ ଆହ୍ଲାଦିନି ଭୋଇ। ମାନସିକ ସ୍ତରରେ ଦୁର୍ବଳ ଥିଲେ ମଧ୍ୟ ପଣିକିଆରେ ଆହ୍ଲାଦିନୀ ଥିଲେ ସ୍ୱତନ୍ତ୍ର। ରାଜ୍ୟରେ ସେ ପରିଚୟ ପାଇଥିଲେ ପଣିକିଆ ଝିଅ ବୋଲି। ଶିକ୍ଷା ନିକେତନରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କର ଏହି ଦକ୍ଷତା ଥିବା ଜଣାପଡିଥିଲା। ଶିକ୍ଷକମାନଙ୍କ ତତ୍ୱାବଧାନରେ ଆହୁରି ବିକଶିତ ହୋଇଥିଲେ। ଛଅ ଲକ୍ଷ ପର୍ଯ୍ୟନ୍ତ ପଣିକିଆ ଏକ ମିନିଟରୁ କମ୍‌ ସମୟ ଭିତରେ କହି ସେ ସମସ୍ତଙ୍କୁ ଚକିତ କରି ଦେଉଥିଲେ। ଜିଲ୍ଲା ସ୍ତରରୁ ଆରମ୍ଭ କରି ଜାତୀୟ ଅଞ୍ଜଳି କାର୍ଯ୍ୟକ୍ରମରେ ଏହି ପଣିକିଆ ଦକ୍ଷତା ପ୍ରଦର୍ଶନ କରି ରାଜ୍ୟପାଳ, ଜିଲ୍ଲାପାଳ ସହ ଅନେକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ମାତ୍ର ୧୫ ବର୍ଷ ବୟସରେ ପରଲୋକ ହୋଇଯାଇଛି।