28 April 2017
4:05:20 AM
image
Sambad News
ରାଜ୍ୟ

ଗଛକୁ ପିଟିଲା ବାଇକ୍‌, ୩ ମୃତ

By Sambad | Date: Jan 1 2017 9:33PM
ଗଛକୁ ପିଟିଲା ବାଇକ୍‌, ୩ ମୃତ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ହରିଶଙ୍କର ଛକ ଠାରେ ଏକ ବାଇକ୍‌ ରାସ୍ତା କଡ଼ର ଗଛକୁ ଧକ୍କା ଦେବାରୁ ବାଇକ୍‌ରେ ବସିଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍‌ ଅନ୍ତର୍ଗତ କେନ୍ଦୁଧର ଗାଁର ରାମେଶ୍ୱର ସାହୁ, ଦେବେନ୍ଦ୍ର ସାହୁ ଓ ଭକ୍ତ ଗହିର। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। 
 
ପୁଲିସ ସୂତ୍ରରୁ ପ୍ରକାଶ ଯେ ନୂଆ ବର୍ଷ ଅବସରରେ ରାମେଶ୍ୱର, ଦେବେନ୍ଦ୍ର ଓ ଭକ୍ତ ବାଇକ୍‌ (ଓଡି ୧୭ ସି ୦୬୮୭) ଯୋଗେ ହରିଶଙ୍କରକୁ ଆସିଥିଲେ। ଘରକୁ ଫେରିବା ବେଳେ ଖପ୍ରାଖୋଲ ନିକଟ ହରିଶଙ୍କର ଛକ ଠାରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇଥିଲା ଓ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା। ତିନି ଜଣ ଯାକ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ରାମେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଦେବେନ୍ଦ୍ର ଓ ଭକ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାଟଣାଗଡ଼ ଡାକ୍ତରଖାନାକୁ ଅଣା ଯାଉଥିବା ବେଳେ ରାସ୍ତାରେ ସେମାନଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା।

image