29 March 2017
10:49:16 AM
Sambad News
ବାଲେଶ୍ଵର

ଦୁର୍ଘଟଣାରେ ଯୁବକ ଗୁରୁତର

By Sambad | Date: Dec 31 2016 11:29AM
ଦୁର୍ଘଟଣାରେ ଯୁବକ ଗୁରୁତର

ସୋର: ସୋର-ମଙ୍ଗଳପୁର ରାସ୍ତାର ମାଣତ୍ରୀ ଛକରେ ବାଇକ୍‌ ର୍ଦୁଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।  ସୋର ବ୍ଲକ ଅଧୀନ ନାୟକବନ୍ଧ ଗ୍ରାମର ଶ୍ରୀଧର ଦାସଙ୍କ ପୁତ୍ର ଭାସ୍କର ଦାସ(୨୦) ବାଇକ୍‌ ଯୋଗେ ବାଗୁଡ଼ିରୁ ସୋର ଫେରଥିବା ବେଳେ ଏହି ଛକରେ ଥିବା ଏକ ହମ୍ପସ୍‌ରେ ଭାରସାମ୍ୟ ହରାଇ ରାସ୍ତା କଡକୁ ବାଇକ୍‌ ସହ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର  ଅଗ୍ନିଶମ ବିଭାଗ   ଆମ୍ବୁଲାନ୍ସ ଯୋଗ ସୋର ଡାକ୍ତରଖାନାରେ ଭର୍ତ୍ତି କରିଲେ। ଏବେ ଭାଷ୍କର ଚିକିତ୍ସାଧୀନ ଅଛନ୍ତି।