27 June 2017
2:08:48 PM
image
Sambad News
ରାଜ୍ୟ

ଅଗ୍ନି-୪ ପରୀକ୍ଷଣ ଆଜି!

By Sambad | Date: Jan 2 2017 5:52AM
ଅଗ୍ନି-୪ ପରୀକ୍ଷଣ ଆଜି!

ଚାନ୍ଦବାଲି : ଧାମରାର କଲାମ (ହ୍ଵିଲର)ଦ୍ୱୀପରୁ ଆଜି ଅଗ୍ନି-୪ କ୍ଷେପଣାସ୍ତ୍ରର ପରୀକ୍ଷା କରାଯିବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଉତ୍‌କ୍ଷେପଣ କେନ୍ଦ୍ରର ୪ ନମ୍ବର ମୋବାଇଲ୍‌ ଲଞ୍ଚ୍‌ପ୍ୟାଡ୍‌ରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ଅଗ୍ନି-୪  ଆଜି ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେବ। ନିକଟରେ ଅଗ୍ନି-୫ର ସଫଳ ପରୀକ୍ଷା ପରେ ଏହି ପ୍ରକଳ୍ପ ସହ ଜଡ଼ିତ ବୈଜ୍ଞାନିକମାନେ ଅଧିକ ଉତ୍ସାହିତ ହୋଇଛନ୍ତି। 
 
ଏହି କ୍ରମରେ ପରମାଣୁ ଅସ୍ତ୍ର ବହନ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ଅଗ୍ନି-୪ ଷ୍ଟ୍ରାଟେଜିକ୍‌ କମାଣ୍ଡ ଫୋର୍ସ ଦ୍ୱାରା ପ୍ରକ୍ଷେପଣ କରାଯିବ। ସେକେଣ୍ଡକୁ ୨.୫ କିମି ବେଗରେ ଗତି କରିବା ସହ ନିର୍ଧାରିତ ୧୬ ମିନିଟରେ ୪୦୦୦ କିମି ଗତି କରି ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି ଏହି କ୍ଷେପଣାସ୍ତ୍ରର। ଅଗ୍ନି-୪ କ୍ଷେପଣାସ୍ତ୍ରର ଓଜନ ୧୭ ଟନ୍‌, ଲମ୍ବ ୨୦ ମିଟର ଓ ମୋଟେଇ ୨ ମିଟର। ଏହା ଏକ ଟନ୍‌ର ମାରକଶକ୍ତି ବହନ କରିବାକୁ ସମର୍ଥ ବୋଲି ଜଣାପଡ଼ିଛି।