24 July 2017
7:58:01 AM
image
Sambad News
ବାଲେଶ୍ଵର

ବାଲେଶ୍ୱର: ବସ୍‌-ଟ୍ରକ୍‌ ଧକ୍କାରେ ୧୯ ଯାତ୍ରୀ ଆହତ

By Sambad | Date: Jan 2 2017 5:31PM
ବାଲେଶ୍ୱର: ବସ୍‌-ଟ୍ରକ୍‌ ଧକ୍କାରେ ୧୯ ଯାତ୍ରୀ ଆହତ

ବାଲେଶ୍ୱର: ବାଲେଶ୍ୱର ରୁପ୍‌ସା ଥାନା ନିରିଗିମୁଣ୍ଡି ଠାରେ ବସ୍‌-ଟ୍ରକ୍‌  ଧକ୍କା ହୋଇ ୧୯ଜଣ ଯାତ୍ରୀ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ  ୮ଜଣ ପ୍ରାଥମିକ ଚିକିତ୍ସା ନେଇ ଘରକୁ ଯାଇଥିଲା ବେଳେ ଅନ୍ୟ ୪ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛିନ୍ତି। ଏମାନଙ୍କ ନାମ ହରିଶ୍ଚନ୍ଦ୍ର (ବସ୍‌ ଡ୍ରାଇଭର), ଦେବୁ ମାହାଲିକ ଓ ରଘୁନାଥ ସେନାପତି (ବସ୍‌ ଯାତ୍ରୀ) ।