26 February 2017
11:38:51 AM
Sambad News
ବାଲେଶ୍ଵର

ମହିଳା ମହାସଂଘର ୪ଟି ଜମା ଖାତା ସିଲ୍‌

By Sambad | Date: Jan 3 2017 7:03AM
ମହିଳା ମହାସଂଘର ୪ଟି ଜମା ଖାତା ସିଲ୍‌

ତିହିଡି,: ତିହିଡି ବ୍ଲକ ଓଡିଶା ଜୀବିକା ମିଶନ(ଓଏଲଏମ) ପକ୍ଷରୁ ଦୌଲତପୁର ପଞ୍ଚାୟତର ଧବଳେଶ୍ୱର ମହିଳା ମହାସଂଘର ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ଅର୍ଥକୁ ନେଇ ବ୍ୟାଙ୍କରେ ଥିବା ୪ଟି ଜମା ଖାତାକୁ ସିଲ୍‌ କରାଯାଇଛି। ବ୍ଲକ ଓଏଲଏମ କାର୍ଯ୍ୟାଳୟ ପତ୍ର ସଂଖ୍ୟା ଓଏଲଏମ/୮୪ ତା ୨୩.୧୨.୧୬ରିଖରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଦୌଲତପୁର ଶାଖାରେ ଥିବା ୪ଟି ଜମା ଖାତାଗୁଡିକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୋଷ୍ଠୀ ବିନିଯୋଗ ପାଣ୍ଠି  ଜମା ଖାତା ନଂ.୨୮୨୫, ଜୀବିକା ମିଶନ ଜମା ଖାତା ନଂ. ୭୯୦୨, ଆନୁଷ୍ଠାନିକ ବିକାଶ ପାଣ୍ଠି ଜମା ଖାତା ନଂ. ୬୫୦୪ ଓ ୬୫୦୬ ଗୁଡିକୁ ସିଲ୍‌ କରାଯାଇଛି।

ମହାସଂଘର ଉପୁଜିଥିବା ସମସ୍ୟାର ସମାଧାନ କରାନଯିବା ପର୍ଯ୍ୟନ୍ତ ସେଥିରେ ଥିବା ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କୌଣସି ନେଣଦେଣ କରାଯିବ ନାହିଁ ବୋଲି ବିପିଏମ ରଶ୍ମିତା ନାୟକ ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଉଠିବା ତଥା ଫେବ୍ରୁଆରୀ ମାସ ୨୬ ପରେ ସଂପୃକ୍ତ ମହାସଂଘର ସରକାରୀ ଆଇନ ଅନୁଯାଇ ପୂନର୍ଗଠନ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।  ମହିଳା ମହାସଂଘ ପୁନର୍ଗଠନ ନେଇ ମହିଳା ଗୋଷ୍ଠୀ ମଧ୍ୟରେ ଟଣାଓଟରା ଚାଲିଥିଲା। ବହୁ ବାଦାନୁବାଦ ପରେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟଙ୍କ ଜରିଆରେ ଏହାର ଆପୋଷ ସମାଧାନ କରିବାକୁ ପରାମର୍ଶ ଦିଆଯାଇଥିଲା।

ତେବେ ସଂପୃକ୍ତ ମହାସଂଘର ୮ଟି ଆଞ୍ଚଳିକ ମଞ୍ଚ ଥିବା ବେଳେ ମାତ୍ର ୪ଟି ମଞ୍ଚ ସରପଞ୍ଚ ଓ ସମିତି ସଭ୍ୟାଙ୍କୁ ହାତ କରି ସରକାରୀ ନିୟମକୁ ଉଲଙ୍ଘନ କରି ବେଆଇନ ଭାବେ ରାତି ଅଧିଆ ମହାସଂଘର ପୁନର୍ଗଠନ କରିଥିଲେ। ପୂର୍ବରୁ ୨ ଥର ପଦରେ ଥିବା ମହିଳାଙ୍କ ପୁନଶ୍ଚ ସଭାନେତ୍ରୀ ଓ ସମ୍ପାଦିକା କରାଇଥିବା ଆଦି ଅଭିଯୋଗ ଆଣି ଗତ ତା ୨୨.୧୨.୧୬ରିଖରେ ବାଦ୍‌ ପଡିଥିବା ଦୌଲତପୁର-୧, ଦୌଲତପୁର-୨, ନମେଇସାହି ଓ ମାଲପୁର ମୋଟ ୪ଟି ଆଞ୍ଚଳିକ ମଞ୍ଚର ୨ ଶହରୁ ଉର୍ଦ୍ଧ୍ୱ ମହିଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ।