23 February 2017
8:15:35 AM
Sambad News
ବାଲେଶ୍ଵର

ଡମ୍ପର ସହ ଧକ୍କା: ଦୁଇ ଯୁବକ ମୃତ

By Sambad | Date: Jan 6 2017 12:28AM
ଡମ୍ପର ସହ ଧକ୍କା: ଦୁଇ ଯୁବକ ମୃତ

ବାଲେଶ୍ୱର : ଡମ୍ପର ସହ ମୁହାଁମୁହିଁ ଧକ୍‌କା ଖାଇ ଦୁଇ ବାଇକ୍‌ ଆରେହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଦୁହେଁ ହେଲେ ବାଦଲ ସିଂ (୩୦) ଓ ଉଦୟ ବାସ୍‌କେ (୩୦)। ବାଦଲ ଓ ଉଦୟଙ୍କ ଘର ଚାନ୍ଦିପୁର ଥାନା ଅଧୀନ ତିଗିରିଆ ଗାଁରେ। ଆଜି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ। ଅନ୍ୟତମ ବାଇକ ଆରୋହୀ ଟାଉନ୍‌ ଥାନା ଅନ୍ତର୍ଗତ ଚୂନଭାଟି ଅଞ୍ଚଳର ରବି ସିଂ (୧୯) ଗୁରୁତର ଆହତ ହୋଇଛନ୍ତି। ରବିଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। 
 
ମିଳିଥିବା ଖବର ଅନୁଯାୟୀ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ବାଦଲ, ଉଦୟ ଓ ରବି ଏକ ବାଇକରେ ବାଲେଶ୍ୱର ସହରରୁ ଚାନ୍ଦିପୁର ଦିଗକୁ ଯାଉଥିଲେ। ବାଟରେ ପାତ୍ରପଡ଼ା ଛକର କିଛି ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ସାମ୍ନାରୁ ଆସୁଥିବା ଏକ ଡମ୍ପର ସହ ସେମାନଙ୍କ ବାଇକ ମୁହାଁମୁହିଁ ଧକ୍କା ଖାଇଥିଲା। ଧକ୍କାର କାରଣ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡ଼ି ନାହିଁ। ତେବେ ଦୁର୍ଘଟଣା ପରେ ଡମ୍ପର ନେଇ ଚାଳକ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ଚାନ୍ଦିପୁର ପୁଲିସ୍‌ ପହଞ୍ଚି ମୃତ ଦୁଇ ଯୁବକଙ୍କ ଶବ ଉଦ୍ଧାର କରିଛି। ଏଥିସହ ଆହତ ରବିଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି।