24 July 2017
8:07:16 AM
image
Sambad News
ବାଲେଶ୍ଵର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

By Sambad | Date: Jan 8 2017 11:04PM
ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୀଳଗିରି/ସଜନାଗଡ଼ : ନୀଳଗିରି ବ୍ଲକ ନରସିଂହପୁର ପଞ୍ଚାୟତ ଅଧୀନ ଦୁର୍ଗାପୁର ଗ୍ରାମରେ ଆଜି ସକାଳେ ଗାଁ ଭିତରକୁ ଏକ ଭାଲୁ ପଶି ଆସି ଆତଙ୍କ ଖେଳାଇଛି। ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ରାତିରେ ଗ୍ରାମରେ ପଶିଥିବା ଭାଲୁ ପାଖ ଜଙ୍ଗଲକୁ ସକାଳେ ଯାଇନପାରି ଦୁର୍ଗାପୁର ଗ୍ରାମରେ ଆତ୍ମଗୋପନ କରିଥିଲା। ଲୋକଙ୍କୁ ଦେଖି ଭାଲୁଟି ବିଚଳିତ ହୋଇ ସେହି ଗ୍ରାମର ବଙ୍କିମ ଚରଣ ମହାନ୍ତି(୬୦)ଙ୍କୁ ଆକ୍ରମଣ କରି ତାଙ୍କର ହାତକୁ କାମୁଡ଼ି ଖଣ୍ଡ ଖଣ୍ଡ କରି ଦେଇଥିଲା। ତାଙ୍କୁ ଗୁରୁତର ଭାବେ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଗ୍ରାମବାସୀ ଓ ଭାଲୁର ସୁରକ୍ଷା ଦୃଷ୍ଟିରୁ ନୀଳଗିରି ବନବିଭାଗ ଘଟଣା ସ୍ଥଳକୁ ଯାଇ ପାଟ୍ରୋଲିଂ କରୁଥିବା ଜଣାପଡ଼ିଛି। ତେବେ ସନ୍ଧ୍ୟା ସମୟରେ ଭାଲୁଟି ଗାଁରୁ ବାହାରି ଜଙ୍ଗଲକୁ ପଳାଇଯାଇଥିବା ଜଣାପଡ଼ିଛି।