21 January 2017
4:14:51 PM
image
Sambad News
ବାଲେଶ୍ଵର

ଅଗ୍ନିକାଣ୍ଡରେ ଦୁଇବଖରା ଜଳିଗଲା

By Sambad | Date: Jan 8 2017 11:33PM
ଅଗ୍ନିକାଣ୍ଡରେ ଦୁଇବଖରା ଜଳିଗଲା

ନୀଳଗିରି/ସଜନାଗଡ଼ :  ନୀଳଗିରି ବ୍ଲକ୍‌ ଧୋବଶିଳା ପଞ୍ଚାୟତ ଅଧୀନ କାଇଁତପଦା ଗ୍ରାମରେ ଗତକାଲି ରାତ୍ରିରେ ଅଗ୍ନିକାଣ୍ଡ ଘଟି ୨ବଖରା ଜଳିଯାଇଛି। ଉକ୍ତ ଗ୍ରାମର ବାଇଧର ସିଂ ନାମକ ବ୍ୟକ୍ତିଙ୍କ ଘରେ ଗତକାଲି ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି କ୍ଷଣିକ ମଧ୍ୟରେ ନିଅାଁ ଚାରିଆଡ଼େ ବ୍ୟାପି ଯାଇଥିଲା। ନୀଳଗିରି ଦମକଳ ବାହିନୀ ଘଟଣାସ୍ଥଳକୁ ଯାଇ ନିଅାଁକୁ ଆୟତ୍ତ କରିବା ବେଳକୁ ଘରଭିତରେ ଥିବା ଆସବାପତ୍ର, ସାଇକେଲ, ଧାନ, ଚାଉଳ, ସମେତ ୫୦ହଜାର ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା। ସର୍ବସ୍ୱ ହରାଇଥିବା ବାଇଧରଙ୍କ ପରିବାରକୁ ସରକାରୀ ସ୍ତରରେ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।